କୋଭିଡ୍ ହସ୍ପିଟାଲରେ ଶିଶୁ ଜନ୍ମ

0 94

ସମ୍ବଲପୁର: ମହିଳା ଥିଲେ ଆସନ୍ନ ପ୍ରସବା । ତେବେ, ପରିସ୍ଥିତି ତାଙ୍କୁ ବେଶି ସମୟ ଅଟକାଇ ରଖିପାରିଲାନି । ଭଲରେ କିଭଳି ପ୍ରସବ ହେବ, ସେଥିପାଇଁ ଘରକୁ ବାହାରିଲେ । ଏହି ସମୟରେ ଦୂରଯାତ୍ରା କଷ୍ଟକର ହେବ ବୋଲି ଜାଣିସୁଦ୍ଧା ଆଉ କିଛି ଉପାୟ ବି ନଥିଲା । ଶେଷରେ, ଛତିଶଗଡରୁ ବସ୍ ଯୋଗେ ନିଜ ଘର ଜଗତ୍ସିଂହପୁରକୁ ବାହାରିଲେ । ହେଲେ, ବାଟରେ ଗର୍ଭ ବେଦନା ହେବାରୁ ବରଗଡ଼ରେ ଓହ୍ଲାଇ ପଡ଼ିଥିଲେ । ପ୍ରଥମେ ବରଗଡ଼ ସଦର ଡାକ୍ତରଖାନାରେ ଦେଖାଇଥିଲେ । ସେଠାରେ ଚିକିତ୍ସା କରାନଯାଇ ସମ୍ବଲପୁର କୋଭିଡ ଡାକ୍ତରଖାନାକୁ ରେଫର କରାଯାଇଥିଲା । ସେହି, କୋଭିଡ ଡାକ୍ତରଖାନାରେ ଜନ୍ମ ନେଲା ନବଜାତ ଶିଶୁପୁତ୍ର । ପ୍ରସବ ପୂର୍ବରୁ ମହିଳାଙ୍କ ସ୍ୱାବ ପରୀକ୍ଷା ହୋଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ନବଜାତକଙ୍କ ରିପୋର୍ଟ ବି ନେଗେଟିଭ୍ ଧରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମା’, ପୁଅଙ୍କ ଅବସ୍ଥା ସୁସ୍ଥ ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ରୋଜଗାର ପାଇଁ ଜଗତସିଂହପୁରର ଏହି ଦମ୍ପତି ଛତିଶଗଡ଼ ଯାଇଥିଲେ । ସେଠାରେ ଠିକା ସଂସ୍ଥା ଅଧିନରେ ମଜୁରି କରି କୌଣସି ପ୍ରକାର ଜୀବିକା ର୍ନିବାହ କରୁଥିଲେ । ମାର୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଏବଂ ପରବର୍ତ୍ତୀ ସମୟରେ ଲକଡାଉନ ଦମ୍ପତିଙ୍କ ଜୀବନରେ ଆଣି ଦେଇଥିଲା ଅଜସ୍ର କଷ୍ଟ । ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ଏହିଭଳି । ଏହି ସମୟରେ ମହିଳା ଗର୍ଭବତୀ ଥିବାରୁ ଦମ୍ପତିଙ୍କ ପାଇଁ ଲକଡାଉନ କଷ୍ଟ ୨ ଗୁଣ ବଢାଇ ଦେଇଥିଲା । ମହିଳାଙ୍କୁ ସୁଷମ ଖାଦ୍ୟ ଦରକାର ହେଉଥିବାବେଳକୁ ପେଟ ପୂରାଇବା ମଧ୍ୟ ଅନେକ ସମୟରେ କଷ୍ଟକର ହୋଇପଡ଼ୁଥିଲା । ଭୋକ ସହିତ ରୋଗ ପରିସ୍ଥିତିରେ ବାହାର ରାଜ୍ୟ ଛତିଶଗଡ଼ ଡାକ୍ତରଖାନାରେ କିଭଳି ପ୍ରସବ ହେବ, ଏହାକୁ ନେଇ ମଧ୍ୟ ଦମ୍ପତିଙ୍କ ମୁଣ୍ଡ କାମ କରୁନଥିଲା । ତେଣୁ ନିଜ ଘରକୁ ଫେରି ଆସିବା ପାଇଁ ନିଷ୍ପତ୍ତି ହୋଇଥିଲେ । ଆସନ୍ନ ପ୍ରସବ ସମୟରେ ଦୂର ଯାତ୍ରାର କଷ୍ଟ ଜାଣି ସୁଦ୍ଧା ସାଥୀ ଶ୍ରମିକଙ୍କ ସହିତ ବସରେ ଘରକୁ ଯିବା ପାଇଁ ବାହାରିପଡ଼ିଲେ । ଠିକ ବରଗଡ଼ ପହଞ୍ଚିବା ବେଳକୁ ମହିଳାଙ୍କୁ ଗର୍ଭ କଷ୍ଟ ହୋଇଥିଲା । ବସ ସେମାନଙ୍କୁ ବରଗଡ଼ ସଦର ଡାକ୍ତରଖାନାରେ ଛାଡ଼ି ଦେଇ ·ଲିଯାଇଥିଲା । ଗର୍ଭବତୀ ମହିଳା ଛତିଶଗଡ଼ରୁ ଆସିଥିବାରୁ କରୋନା ସନ୍ଦେହରେ ବରଗଡ଼ ଡାକ୍ତରଖାନା ପକ୍ଷରୁ ତାଙ୍କୁ ସମ୍ବଲପୁର କୋଭିଡ୍ ଡାକ୍ତରଖାନାକୁ ପଠାଯାଇଥିବା ଅନୁମାନ କରାଯାଉଛି । ସମ୍ବଲପୁର କୋଭିଡ ଡାକ୍ତରଖାନାରେ ମଧ୍ୟ ଉଭୟ ମଧ୍ୟାହ୍ନ ୨ଟାରେ ପହଞ୍ଚିଥିଲେ । ଏଠାରେ ମଧ୍ୟ ସେମାନଙ୍କ ଚିକିତ୍ସା ସହଜ ନଥିଲା । ପ୍ରଥମେ ସେମାନଙ୍କୁ ତାଳଚେର କିମ୍ବା ରାଉରକେଲା ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଥିଲା । ମାତ୍ର ମହିଳାଙ୍କ ଅବସ୍ଥା ଏଭଳି ଥିଲା ଯେ ଏତେ ଦୂରକୁ ଗଲାବେଳକୁ ରାସ୍ତାରେ କୌଣସି ଅଘଟଣା ଘଟିବାର ଆଶଙ୍କା କରାଯାଉଥିଲା । ତେଣୁ ସମ୍ବଲପୁର କୋଭିଡ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ମହିଳାଙ୍କ ପ୍ରସବ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମହିଳାଙ୍କ ସ୍ୱାବ ଟେଷ୍ଟ କରାଗଲା । ସିଡିଏମଓ ଡ.ଶଶିଭୂଷଣ ପଟେଲ, ଏଡିଏମଓ(ଏଫଡବ୍ଲୁ) ଡ. କୁବେର ମହନ୍ତଙ୍କ ପ୍ରତ୍ୟକ୍ଷ ôତବାବଧାନରେ ରାତି ପ୍ରାୟ ୧୧ଟାରେ ଡାକ୍ତର ସୁଶାନ୍ତ ବାରିକ, ନର୍ସ ତରୁଲତା ମାହାଣା, ସଫେଇ କର୍ମ·ରୀ ଗୋପି ଏବଂ ଆଟେଣ୍ଡାଣ୍ଟ ଝସିକେତନ ସମସ୍ତେ ପିପିଇ ପରିଧାନ ମହିଳାଙ୍କ ପ୍ରସବ କରିବା ସହିତ ଉଦାହରଣ ସୃଷ୍ଟି କରିଥିଲେ । କିଛି ସମୟ ପରେ ସୁସ୍ଥ ନବଜାତ ଶିଶୁ ପୁତ୍ରର ଜନ୍ମ ହୋଇଥିଲା ।

Leave A Reply

Your email address will not be published.