ଟେକ୍ନୋ ପକ୍ଷରୁ ସ୍ପାର୍କର୍ ସିରିଜ୍ର ସ୍ପାର୍କ-୫ର ବଜାର ପ୍ରବେଶ

0 81

ଅଗ୍ରଣୀ ପ୍ରିମିୟମ୍ ସ୍ମାଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର ସ୍ପାର୍କ ସିରିଜ୍ର ନୂଆ ସ୍ମାର୍ଟେôଫାନ୍ ସ୍ପାର୍କର୍-୫ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟ ୭୯୯୯ ଟଙ୍କା ରହିଛି । ଏଥିରେ ୬.୬ ଇଂଚ ଡଟ୍ ଇନ୍ ଡିସ୍ ପ୍ଲେ , ୮ଏମ୍ପି ଡଟ୍ ଇନ୍ ସେଲଫି କ୍ୟାମେରା, ଏଫ୍-୧.୮ ଆପରେଚରଯୁକ୍ତ୧୩ ଏମ୍ପି ଏଆଇ କ୍ୱାଡ୍ ପଛ କ୍ୟାମେରା ରହିଛି । ୨ଏମ୍ପି ଡେପଥ୍ ଲେନ୍ସ୍, ୨ଏମ୍ପି ମାକ୍ରୋ ଲେନ୍ସ୍, ୨୦:୯ ଆସପେକ୍ଟ୍ ରେସିଓ ରହିଛି । ଏହାର ବିକ୍ରି ଆମାଜନ୍ ଡଟ୍ ଇନ୍ରେ ୨୦୨୦ ମେ୨୨ଠାରୁ ଆରମ୍ଭ କରାଯାଇଛି । ସେହିପରି ମେ ୨୫ଠାରୁ ଟେକ୍ନୋ ପକ୍ଷରୁ ଡୋର୍ ଷ୍ଟେପ୍ ଡେଲିଭରୀ ଦ୍ୱାରା ୩୫,୦୦୦ରୁ ଅଧିକ ଅଫ୍ଲାଇନ୍ ରିଟେଲ୍ ନେଟ୍ୱାର୍କ ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଏହି ସ୍ମାର୍ଟଫୋନ୍ ଉପରେ ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଂଟ୍ ସୁବିଧା ତଥା ୧୨ ମାସର ୱାରେଂଟି ସହିତ ଏକ ମାସର ବର୍ଦ୍ଧିତ ୱାରେଂଟି ପ୍ରଦାନ କରାଯାଉଛି । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ, ସାମାଜିକ ଦୂରତା ବଜାୟ ରଖିବା ଆମ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏପରିସ୍ଥଳେ ଟେକ୍ନୋ ପକ୍ଷରୁ ସ୍ପାର୍କ-୫ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ଏକ ଗ୍ରାହକ ବିଶ୍ୱାସନୀୟ ବ୍ରାଣ୍ଡ୍ ଭାବେ ବେଶ୍ ଖ୍ୟାତି ହାସଲ କରିଥିବା ଟୋକ୍ନୋ ନୂତନ ସ୍ପାର୍କର୍-୫ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଇଛି । ଏହା ଦ୍ୱାରା ଆମେ ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବାର ଯୋଜନା ପ୍ରସ୍ତୁତ କରିଛୁ । ଏହାଗ୍ରାହକଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବାର ଆଶା ରଖିଛୁ । ଏହା ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିବାକୁ ସକ୍ଷମ ହେବ । ଏଥିରେ ୫୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍ ରହିଛି । ଏହା ୧୬ ଘଂଟାର ଭିଡ଼ିଓ ପ୍ଲେ ବ୍ୟାକ୍, ୩୫ ଘଂଟାର କଲିଂ, ୧୨୦ ଘଂଟାର ମ୍ୟୁଜିକ୍ ପ୍ଲେ ବ୍ୟାକ୍, ୫୨୭ ଘଂଟାର ଷ୍ଟଣ୍ଡ୍ ବାଏ ସୁବିଧା କେବଳ ଥରେ ଚାର୍ଜରେ ଉପଲବ୍ଧ ହେବ । ୧୩ ଏମ୍ ପି, ୨ଏମ୍ପି, ୨ ଏମ୍ପି ଏବଂ ଏଆଇ ଲେନ୍ସ୍, କ୍ୱାଡ ଫ୍ଲାଶ୍, ଏଆଇ ଅଟୋ ସିନ୍ ଡିଟେକ୍ଶନ୍, ବୋଖେ ମୋଡ୍, ମାକ୍ରୋ ମୋଡ୍, ୯୦.୨% ସ୍କ୍ରିନ୍ ଟୁ ବଡ଼ି ରେସିଓ, ସ୍ମାର୍ଟ ଫିଙ୍ଗର ପ୍ରିଂଟ୍ ସେନସର୍, ଫେସ୍ ଅନ୍ ଲକ୍, ୩୨ ଜିବି ଇଂଟରନାଲ୍ ଷ୍ଟୋରେଜ୍, ୨୫୬ ବର୍ଦ୍ଧିତ ମେମୋରୀ, କ୍ୱାଡା-କୋର୍ ୨.୦ ଜିଏଚ୍ଜେଡ୍ ସିପିୟୁ ହେଲିଓ ଏ-୨୨ ପ୍ରୋସେସର୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ଆଇସ୍ ଜେଡାଇଟ୍ ଏବଂ ସ୍ପାର୍କ ଅରେ୍ ଆଦି ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି ।

Leave A Reply

Your email address will not be published.