ଟ୍ରେନରେ ପ୍ରସବ କରିଥିବା ମା’ ଛୁଆ ସୁସ୍ଥ: ସିଡିଏମ୍ଓ

0 74

ବଲାଙ୍ଗୀର : ବଲାଙ୍ଗୀରକୁ ଆସିଥିବା ବୋଲାରମ ଶ୍ରମିକ ସ୍ପେସାଲ ଟ୍ରେନରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଟ୍ରେନ୍ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ମା ଓ ନବଜାତ ଶିଶୁକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ମା ଓ ଶିଶୁ ଉଭୟଙ୍କ ସ୍ୱ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ବୋଲି ବଲାଙ୍ଗୀର ସିଡିଏମଓ ଡା. ନାରାୟଣ ଥନାପତି ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କମେଇମୁଣ୍ଡା ଗାଁର ଧୁବଲେ ନାଗ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଲକଡାଉନରେ ସେ ଫସି ରହିଥିଲେ । ସ୍ତ୍ରୀ କୁନ୍ତି ନାଗ ଗର୍ଭବତୀ ଥିବାରୁ ସେ ଚିନ୍ତିତ ଥିଲେ । ପଞ୍ଜୀକରଣ କରାଇ ନିଜ ଗାଁକୁ ଫେରିବାକୁ ଉଦ୍ୟମ କରିଥିଲେ । ଗର୍ଭବତୀ ସ୍ତ୍ରୀ ସହ ଟ୍ରେନ୍ରେ ସେ ଶୁକ୍ରବାର ଫେରୁଥିଲେ । ହଠାତ ବଲାଙ୍ଗୀର ଷ୍ଟେସନ ପାଖାପାଖି ହେବା ପରେ ତାଙ୍କ ସ୍ତ୍ରୀଙ୍କ କଷ୍ଟ ବିଥିଲା ଓ ସେ ଟ୍ରେନରେ ହିଁ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଏହା ଜାଣିବା ପରେ ଟ୍ରେନରେ ଉପସ୍ଥିତ କର୍ମ·ରୀମାନେ ବଲାଙ୍ଗୀର ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଷ୍ଟେସନ କର୍ତ୍ତୃପକ୍ଷ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଆମ୍ବୁଲାନ୍ସ ଓ ସ୍ୱ୍ୱାସ୍ଥ୍ୟ ବିଭାଗ କର୍ମ·ରୀ ପ୍ରସ୍ତୁତ ହୋଇ ରହିଥିଲେ । ଟ୍ରେନ୍ ବଲାଙ୍ଗୀର ଷ୍ଟେସନ ପହଞ୍ôଚବା ପରେ ତୁରନ୍ତ ମା ଓ ଛୁଆଙ୍କୁ ଡାକ୍ତରଖାନାକୁ ନିଅ ।ଯାଇ ଏକ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଉଭୟେ ସୁସ୍ଥ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ଯାହା କିଛି ସୁବିଧା ସୁଯୋଗ ରହିଛି ତାହା କୁନ୍ତିଙ୍କୁ ପ୍ରଦାନ କରାଯିବ ବୋଲି ସିଡିଏମଓ କହିଛନ୍ତି ।

Leave A Reply

Your email address will not be published.