ଗଜପତିକୁ ବ୍ୟାପିଲା କରୋନା,୪ ପଜିଟିଭ୍ ଚିହ୍ନଟ

0 59

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପ୍ରଥମଥର ପାଇଁ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି । ଏ ନେଇ ସମଗ୍ର ଗଜପତି ଜିଲ୍ଲାରେ ପ୍ରଶାସନ ତରଫରୁ ହାଇ ଆଲାର୍ଟ ଜାରି କରାଯାଇଛି । କରୋନା ଟିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । କାଶୀନଗର ବ୍ଲକ ଶିଆଳୀ ପଞ୍ଚାୟତ ଅନ୍ତର୍ଗତ ମନ୍ତ୍ରୀଗୁଡା ଗ୍ରାମର ୫୦ବର୍ଷ ବୟସ୍କ ଜଣେ ପୁରୁଷ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସେ ଆନ୍ଧ୍ରପ୍ରଦେଶର ନେଲୁରରୁ ଫେରିଥିବା ସୁଚନା ମିଳିଛି । ସେହିପରି ଗୋଷାଣୀ ବ୍ଲକ ଅନ୍ତର୍ଗତ ତାଟିପେଟି ଗ୍ରାମର ଜଣେ ୩୬ ବର୍ଷ ବୟସ୍କ ଜଣେ ପୁରୁଷଙ୍କ ନିକଟରୁ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି । ଏହି ବ୍ୟକ୍ତି ଜଣେ ଟାକ୍ସି ଡ୍ରାଇଭର ଏବଂ ବାରମ୍ବାର ଆନ୍ଧ୍ରକୁ ଯିବା ଆସିବା କରୁଥିଲେ ବୋଲି ଜଣାପଡିଛି । ସେହିପରି ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବାସିନ୍ଦା ୪୫ବର୍ଷ ବୟସ୍କ ଜଣେ ପୁରୁଷ ଲୋକଙ୍କ ସ୍ୱାବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇିଛି ଏବଂ ଗୁମ୍ମା ବ୍ଲକ ଆଶ୍ରୟଗଡ ପଞ୍ଚାୟତର ବନମୁଣ୍ଡା ଗ୍ରାମର ୩୫ବର୍ଷ ବୟସ୍କ ଜଣେ ପୁରୁଷଙ୍କ ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ୍ ବାହାରି ଥିବା ସୁଚନା ମିଳିଛି । ସେ ଗତ ୧୧ତାରିଖ ଦିନ ବମ୍ବେରୁ ଫେରିଥିବା ଜଣାପଡିଛି । ତେବେ ଏହି ସମସ୍ତ କରୋନା ପଜିଟିଭ୍ ଚିହ୍ନଟ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ସମସ୍ତ ୪ଜଣ କରୋନା ପଜିଟିଭ୍ ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ସଦସ୍ୟ ମାନଙ୍କୁ ମଧ୍ୟ କୋଭିଡ୍ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଗତକାଲି ରାତ୍ର ସୁଦ୍ଧା ୫୨୪୫ ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୫୧୯୨ସଂଘରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି । ଏହାଛଡା ଗତକାଲି ରାତ୍ର ସୁଦ୍ଧା ଗଜପତି ଜିଲ୍ଲାରୁ ୧୬୮୯ଜଣଙ୍କ ସ୍ୱାବ ସଂଗ୍ରହ ହୋଇଛି । ଏଥିରୁ ୯୭୨ ରିପୋର୍ଟ ପହଞ୍ଚିଛି । ଏମାନେ ସମସ୍ତେ ନେଗେଟିଭ୍ ଥିବା ସୁଚନା ମିଳିଛି । ବାକି ରହିଥିବା ୭୧୭ ଜଣଙ୍କ କୌଣସି ରିପୋର୍ଟ ଆସି ନ ଥିବା ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.