ଲଦାଖ ଉପରେ ନଜର ରଖିଛି ଚୀନ ସେନା

0 69

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ସୀମାନ୍ତ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ହଜାର ହଜାର ଚୀନ ସେନା ଗଲବାନ ରିଜନର ୩ଟି ସ୍ଥାନରେ ଭାରତ ସୀମା ଭିତରକୁ ପଶି ଆସିଛନ୍ତି । ପେଙ୍ଗୋଙ୍ଗ ସୋ ଲେକ ନିକଟ ଫିଙ୍ଗର ଏରିଆରେ ଚୀନ ସେନା ବଙ୍କର ତିଆରି କରୁଛନ୍ତି । ତେବେ କାହିଁକି ଏତେ ସଂଖ୍ୟକ ଚୀନ ସେନା ଏଠାରେ ଠୁଳ ହୋଇଛନ୍ତି ? କିଛି ସାମରିକ ଉଦ୍ଦେଶ୍ୟ ରହିଛି କି ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଥିବାବେଳେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେବଳ ସାମରିକ ଉଦ୍ଦେଶ୍ୟରେ ନୁହେଁ ବରଂ କିଛି ଖାସ୍ ଉଦ୍ଦେଶ୍ୟରେ ଏମାନେ ଡେରା ପକାଇଛନ୍ତି । ଏଥିସହିତ ଭାରତକୁ ଭାରତୀୟ କ୍ଷେତ୍ରରେ ମଧ୍ୟ ସଡକ ନିର୍ମାଣ କରିବାକୁ ଦେଉ ନାହାନ୍ତି । ପ୍ରକୃତ କଥା ହେଲା, ଲଦାଖରେ ୟୁରାନିୟମ, ଗ୍ରାନାଇଟ୍, ସୁନା ପରି ବିରଳ ବହୁମୂଲ୍ୟ ଧାତୁ ରହିଛି । କୁହାଯାଉଛି, ପ୍ରାଚୀନ କାଳରେ ୧୦ ହଜାର ଓଟ ଏବଂ ଘୋଡା ସାହାଯ୍ୟରେ ଲଦାଖ ରାସ୍ତା ଦେଇ ଚୀନ ବାଣିଜ୍ୟ ବ୍ୟବସାୟ କରୁଥିଲା । ଲେହ ରାସ୍ତା ଦେଇ ଏହି ଓଟ, ଘୋଡ଼ା ଚୀନର ୟାରକନ୍ଦ, ସିନ୍କିଆଙ୍ଗ ଏବଂ ତିବ୍ୱô ରାଜଧାନୀ ଲହାସା ପର୍ଯ୍ୟନ୍ତ ଯାଉଥିଲେ । ଲଦାଖର ଗଲବାନ ରିଜନର ଯେଉଁ ଜାଗାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଲାଗି ରହିଛି ଏହାର ଠିକ୍ ନିକଟ ଗୋଗରା ପୋଷ୍ଟ ନିକଟରେ ଏକ ଗୋଲ୍ଡେନ ମାଉଣ୍ଟେନ୍ ରହିଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି କ୍ଷେତ୍ର ଉପରେ ବିଶେଷ ଗବେଷଣା ହୋଇପାରୁ ନାହିଁ । ହେଲେ କୁହାଯାଉଛି, ଏଠାରେ ସୁନା ସହ ଅନେକ ବହୁମୂଲ୍ୟ ଧାତୁ ଲୁଚି ରହିଛି । ଲଦାଖର ଅନେକ ଇଲାକାରେ ଉଚ୍ଚମାନର ୟୁରାନିୟମ ଖଣି ରହିଛି । ଯେଉଁଥିରୁ ପରମାଣୁ ବିଜୁଳି ସହ ପରମାଣୁ ବୋମା ତିଆରି କରାଯାଇ ପାରିବ । କୁହାଯାଉଛି ଲଦାଖ ଚଟ୍ଟାଣରେ ସବୁଠାରୁ ଅଧିକ ୟୁରାନିୟମ ରହିଛି । ୨୦୦୭ରେ ଜର୍ମାନୀର ଏକ ଗବେଷଣାଗାରରେ ଚଟ୍ଟାଣର ନମୂନା ପରୀକ୍ଷା ପରେ ଏହିକଥା ପ୍ରଥମେ ଜଣାପଡ଼ିଥିଲା । ଏଠାରେ ୫.୩୬ ପ୍ରତିଶତ ୟୁରାନିୟମ ମିଳିଥିବା ସେତେବେଳେ ଜଣାପଡ଼ିଥିଲା । ଏହି ଅଞ୍ଚଳରେ ଯେତିକି ୟୁରାନିୟମ ରହିଛି ତାହା ଦେଶର ଅନ୍ୟ ସ୍ଥାନରେ ଥିବା ୟୁରାନିୟମଠାରୁ ଅଧିକ । ଏଠି କହି ରଖିବୁ, ଲଦାଖ ଭାରତୀୟ ଏବଂ ଏସିଆ ପ୍ଲେଟର ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୟୁରାନିୟମରେ ଭର୍ତ୍ତି ଲଦାଖର ଚଟ୍ଟାଣ ଅନ୍ୟ ସ୍ଥାନ ତୁଳନାରେ ନୂଆ । ଭାରତରେ ଏପରି ୟୁରାନିୟମ ଭର୍ତ୍ତି ଚଟ୍ଟାଣ ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡରେ ଦେଖିବାକୁ ମିଳିଥାଏ । ହେଲେ ଏହା ୨୫୦୦ରୁ ୩୦୦୦ ବର୍ଷ ପୁରୁଣା । ଖାଲି ସେତିକି ନୁହେଁ, ଏହି ଚଟ୍ଟାଣରୁ ୦.୩୧-୫.୩୬ ପ୍ରତିଶତ ୟୁରାନିୟମ ଏବଂ ୦.୭୬-୧.୪୩ ପ୍ରତିଶତ ଥୋରିୟମ ମିଳିଥିଲା । ଏହି ୟୁରାନିୟମ କୋହିସ୍ଥାନ, ଲଦାଖ ଏବଂ ଦକ୍ଷିଣୀ ତିବ୍ୱତ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ପୂର୍ବରୁ ଚୀନ ଅରୁଣାଚଳ ପ୍ରଦେଶର ଉପର ସୁମ୍ବସିରି ଜିଲ୍ଲରୁ ମାତ୍ର ୧୫ କିମି ଦୂରରେ ଖନନ କରି ସୁନା ଏବଂ ବିରଳ ଅର୍ଥ ବାହାର କରିଥିଲା । ଏହି ସୁନା ତାକୁ ତିବ୍ୱତର ୟୁଲେମଡ ଗ୍ରାମରୁ ମିଳିଥିଲା । ଗଣମାଧ୍ୟମ ସୂଚନା ଅନୁଯାୟୀ, ଚୀନର ଏହି ଇଲାକାରୁ ବିପୁଳ ପରିମାଣର ସୁନା, ରୂପା ଏବଂ ବିରଳ ଅର୍ଥ ମିଳିଛି । ଏହାର ମୂଲ୍ୟ ପାଖାପାଖି ୬୦ ଅରବ ଡଲାର ହେବ । ଏହାକୁ ବାହାର କରିବା ପାଇଁ ଚୀନ୍ ଅରୁଣାଚଳସୀମାରେ ସୁଡଙ୍ଗ ଖୋଳିବା ସହ ଯୋଗାଯୋଗ ଉପକରଣ ଲଗାଇଛି । ଚୀନ ପୁରା ଇଲାକାରେ ସଡକର ଜାଲ ବିଚ୍ଛାଇବା ସହ ଏୟାରପୋର୍ଟ ବି କରିଛି । ହଜାର ହଜାର ଲୋକ ଏଠାରେ କାମ କରୁଛନ୍ତି ।

Leave A Reply

Your email address will not be published.