ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

0 74

ରାସୋଳ ୨୪ । ୦୫ : ହିନ୍ଦୋଳ ବନାଂଚଳ ଖଲିବୋରେଇ ସେକ୍ସନ ଖରଚୁଲୀ ଗ୍ରାମର ଜଣେ ବୃଦ୍ଧ ବଣୁଆଁ ହାତୀ ଆକ୍ରମଣରେ ଗୁରୁତର ହୋଇଥିବାର ଜଣାଯାଇଛି । ଖବରରୁ ଜଣାଯାଏ ଖରଚୁଲୀ ଗ୍ରାମର ଭାଇଗ ରାଉତଙ୍କ ପୁଅ ଗୋଲେଖ ରାଉତ (୫୫)ଆଜି ସକାଳେ ଘର ସନ୍ନିକଟ ନିଜ କାଜୁ ବଗିଚାରୁ କାଜୁ ମଞ୍ଜି ସଂଗ୍ରହ କରୁଥିବା ବେଳେ ହଠାତ୍ ଏକ ବଣୁଆଁ ହାତୀ ସେଠାରେ ପହଁଚି ତାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା । ଏଥିରେ ତାଙ୍କ ବାମଗୋଡ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି କରିଥିବାର ଜଣାଯାଇଛି । ବନବିଭାଗ କର୍ମଚାରୀମାନେ ଖବର ପାଇ ଘଟଣା ସ୍ଥଳରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଆହତ ଗୋଲେଖଙ୍କ ପୁଅ ନରୋତମ ରାସୋଳ ଥାନାରେ ଏହାକୁ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ବର୍ତମାନ ସମୟରେ ଗଛରେ ପ୍ରଚୁର ଆମ୍ବ,ପଣସ ଥିବା ବେଳେ ଏହାକୁ ଖାଇବା ପାଇଁ ହାତୀମାନେ ଗ୍ରାମାଭିମୂଖୀ ହୋଇ ଧନଜୀବନ ନଷ୍ଟ କରୁଛନ୍ତି । ବନବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଲୋକଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.