ଗଡିବ ବସ୍ ଓ ଟ୍ୟାକ୍ସି

0 67

ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ଗଡିବ ବସ୍ ଓ ଟ୍ୟାକ୍ସି । ଗୀତ ଗୋବିନ୍ଦ ସଦନରେ କୋଭିଡ-୧୯ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଦୈନିକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ବସରେ ଯେତିକ ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯିବେ । କେହି ଠିଆ ହୋଇ ଯାଇପାରିବେ ନାହିଁ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି । କରୋନା ଲକ୍ଷଣ ଥିଲେ ଯାତ୍ରୀ ବସରେ ଯାଇପାରିବେ ନାହିଁ । ଯାତ୍ରୀମାନେ ନିଜ ପାକରେ ଛୋଟ ସାନିଟାଇଜର ରକିବାକୁ କୁହାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ କରେନା ସ୍ଥିତି ନିୟନ୍ତ୍ରଣରେ ଅଛି, ,ଏହା ଚିନ୍ତାଜନକ ନୁହେଁ ବୋଲି ଏସଆରସି କହିଛନ୍ତି । ପ୍ରବାସୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ର ପରିଚାଳନାରେ ସରପଞ୍ଚ ଓ ଏସଏଚଜିର ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଜି ତେଲଙ୍ଗାନାରୁ ୧୨ଟି ଟ୍ରେନରେ ୨୦ ହଜାରରୁ ଅଧିକ ପ୍ରବାସୀ ଆସୁଥିବା ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଯେଉଁ ପ୍ରବାସୀ ରାଜ୍ୟକୁ ଆସୁଛନ୍ତି ସୂଚନା ଦେଇ ଆସିବା ଉଚିତ ବୋଲି ସେ କହିଛନ୍ତି । ତେବେ ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇ ନ ପାରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.