ଆଜିଠୁ ଖୋଲିଲା ପାର୍କ, ନିୟମ କଡାକଡି

0 53

ଭୁବନେଶର : ଅଳଜିଠୁ ରାଜଧାନୀ ଭୁବନେଶ୍ରରେ ସର୍ବସାଧାରଣଙ୍କ ପାଇଁ ପାର୍କ ଖୋଲା ଯାଇଛି । ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ଆଜି ବିଏମସି ପକ୍ଷରୁ ଖୋଲାଯାଇଛି । ଭୁବନେଶ୍ୱରର ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲା ଯାଇଛି । ତେବେ ପାର୍କ ଖୋଲିବା ନେଇ କିଛି ଗାଇଡଲାଇନ ଜାରି କରାଯାଇଛି । ଏପରିକି ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏଣିକି ସକାଳ ୭ରୁ ଦିନ ୧୦ ଓ ଅପରାହ୍ଣ ୪ରୁ ସନ୍ଧ୍ର୍ୟା ୬ଯାଏଁ ପାର୍କ ଖୋଲା ରହିବ । ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଛେପ ପକାଇବା, ବାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

Leave A Reply

Your email address will not be published.