୪୦ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଛି ରେଳବିଭାଗ

0 61

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା କାର୍ଯ୍ୟ ଆରମ୍ଭ କରିଦେଇଛି । ରେଲବିଭାଗର ସୂଚନା ମୁତାବକ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଏ ପର୍ଯ୍ୟନ୍ତ ୪୦ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇ ସାରିଛି । ଏଥିପାଇଁ ୩ହଜାରରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିଛି । ଆସନ୍ତା ୧୦ଦିନ ମଧ୍ୟରେ ୩୬ଲକ୍ଷ ଶ୍ରମିକଙ୍କୁ ଘରେ ପହଞ୍ଚାଇବାର ଯୋଜନା ରଖିଛି ରେଳ ବିଭାଗ । ସେଥିପାଇଁ ଏବେଠାରୁ ବୁକିଂ ପ୍ରକ୍ରିୟାକୁ ଜୋର୍ଦାର କରାଯାିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କି ୩ହଜାରରୁ ଅଧିକ ସ୍ପେଶାଲ୍ ଟ୍ରେନ୍ ସଫଳତା ଭାବେ ଯାତ୍ରା କରି ଦେଶର କୋଣ ଅନୁକୋଣରେ ୪୦ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଛି । ରେଳବାଇ ଆହୁରି କହିଛି କି ଆସନ୍ତା ୧୦ଦିନ ମଧ୍ୟରେ ଆହୁରି ୩୬ଲକ୍ଷ ଶ୍ରମିକଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା ରଖିଛି । ରେଲବାଇ ବୋର୍ଡ ଅଧ୍ୟକ୍ଷ ବିକେ ଯାଦବ ଏଭଳି ସୂଚନା ଦେଇଛନ୍ତି । ଏଥିପାଇଁ ୨୬୦୦ ଟ୍ରେନ୍ ଚଳାଚଳ କରିବ । ରେଳ ବିଭାଗ ଏଥିପାଇଁ ୧ହଜାର ଟିକେଟ୍ କାଉଣ୍ଟର ଖୋଲିଛି ।

Leave A Reply

Your email address will not be published.