ପ୍ରଖ୍ୟାତ ହକି ତାରକା ବଲବୀର ସିଂଙ୍କ ପରଲୋକ

0 74

ମୁମ୍ବାଇ : ପ୍ରଖ୍ୟାତ ହକି ତାରକା ବଲବୀର ସିଂ ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଦୀର୍ଘଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ତେବେ ସୋମବାର ଦିନ ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମଇ ୮ ତାରିଖରେ ତାଙ୍କୁ ଫୋର୍ଟିସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ କି ବଲବୀର ସିଂ ସିନିୟର ୧୯୪୮ ଲଣ୍ଡନ ଅଲିମ୍ପିକ୍ସ, ୧୯୫୨ ହେଲାସିଙ୍କି ଅଲିମ୍ପିକ୍ସ, ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଦେଇଥିଲେ । ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି । ବଲବୀର ସିଂଙ୍କ ନିଧନ ହକି ପାଇଁ ଏକ ବିରାଟ ଶୂନ୍ୟତା ଆଣିଛି ବୋଲି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.