ଏସବିଆଇ ଲାଇଫ ପକ୍ଷରୁ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସୋସିଆଲ ମିଡିଆ ଅଭିଯାନ

0 77

ଭୁବନେଶ୍ୱର : ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା କଂପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ କୋଭିଡ-୧୯ ବିରୋଧ ଲେଇରେ ଆଗଧାଡ଼ିରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ ସୋସିଆଲ ମିଡିଆ ଅଭିଯାନ ଆରମ୍ଭ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ନିରନ୍ତର ପ୍ରୟାସ ଜାରି ରଖିଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଦେଶର ଜନତା ଧନ୍ୟବାଦ ନୋଟ ଲେଖିପାରିବେ । ଏହା ହେଉଛି କଂପାନିର ୱି କ୍ୟାନ ୱି ୱିଲ ଅଭିଯାନର ଏକ ସଂପ୍ରସାରିତ ଅଂଶ । ପ୍ରୋଟେକ୍ଟ ଦୋଜ ହୁ ପ୍ରୋଟେକ୍ଟ ଅସ ଅଭିଯାନରେ ଲୋକମାନେ ଏସବିଆଇ ଲାଇଫର ୱେବସାଇଟର ୱିକ୍ୟାନୱିୱିଲ ପେଜକୁ ଯାଇ ଉତ୍ସାହଜନକ ବାର୍ତା ଳେଖିପାରିବେ । ଲୋକମାନେ ସେହି ବାର୍ତାକୁ ଡାଉନଲୋଡ କରି ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରିପାରିବେ । ଲୋକମାନେ ଯେଉଁ ବାର୍ତା ପଠାଇବେ ତାହାକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣରେ ଲେଖାଯାଇ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ । ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ରବିନ୍ଦ୍ର ଶର୍ମା, ଚିଫ ଅଫ ବ୍ରାଣ୍ଡ ଆଣ୍ଡ କର୍ପୋରେଟ କମ୍ୟୁନିକେସନ,ଏସବିଆଇ ଲାଇଫ ଇନସ୍ୟୁରାନ୍ସ କହିଛନ୍ତି ଯେ, “ସାରା ଦେଶ ସମ୍ପୂର୍ଣ୍ଣ ଲକଡାଉନରେ ଥିବା ବେଳେ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନେ କଠିନ ପରିସ୍ଥିତିରେ କାର୍ଯ୍ୟ ଜାରି ରଖିଛନ୍ତି ଏବଂ କୋଭିଡ-୧୯ ବ୍ୟାପିବା ବିରୋଧରେ କଠୋର ଲଢ଼େଇ କରୁଛନ୍ତି । ବ୍ୟକ୍ତିଗତ ସୁରକ୍ଷା ଏବଂ କର୍ତବ୍ୟର ଡାକ ଭିତରେ ସେମାନେ ସୂକ୍ଷ୍ଣ ସମନ୍ୱୟ ରଖି କାର୍ଯ୍ୟ କରୁଥିବା ବେଳେ ଏହି ମହାମାରୀ ବିରୋଧରେ ସେମାନଙ୍କ ପ୍ରତିବଦ୍ଧତାକୁ ସାରା ଦେଶ ଦେଖୁଛି । ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଉଲ୍ଲେଖନୀୟ ଶୁଭେଚ୍ଛା ରହିଥିଲେ ମଧ୍ୟ ସାଧାରଣ ଜନତା ତାହାକୁ ପରିପ୍ରକାଶ କରିବାର ସୁଯୋଗ ପାଉନାହାନ୍ତି । ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇବା ଲାଗି ଲୋକମାନଙ୍କର ଯେଉଁ ଆବଶ୍ୟକତା ରହିଛି ତାହାକୁ ପୂରଣ କରିବା ଲାଗି “ପ୍ରୋଟେକ୍ଟ ଦୋଜ ହୁ ପ୍ରୋଟେକ୍ଟ ଅସ’ ଅଭିଯାନ ପରିକଳ୍ପନା କରାଯାଉଛି ଯାହା ଲୋକମାନଙ୍କୁ ଘରେ ସୁରକ୍ଷିତ ରହି ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହଜନକ ବାର୍ତା ପଠାଇବାର ପ୍ଲାଟଫର୍ମ ପ୍ରଦାନ କରୁଛି । ଏସବିଆଇ ଲାଇଫ କେବଳ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ଏହି ବାର୍ତା ପହଂ·ଇବାକୁ ପ୍ରତିବଦ୍ଧ ନୁହେଁ ବରଂ ପ୍ରୋଟେକ୍ଟ ଦୋଜ ହୁ ପ୍ରୋଟେକ୍ଟ ଅସ’ ବାର୍ତା ସହିତ ପିପିଇ କିଟ ମଧ୍ୟ ପଠାଇବ ।”

Leave A Reply

Your email address will not be published.