ମଦ ବିକ୍ରି ଖୁଲମଖୁଲା ଚାଲିଲା

0 83

ଭୁବନେଶ୍ୱର: ରାଜ୍ୟରେ ଅନଲାଇନ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଛନ୍ତି । ହେଲେ ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମର ଉଲ୍ଲଘଂନ କରି ବହୁ ଦୋକାନୀ ଅଫଲାଇନରେ ଖୁଲମଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି । କାଉଣ୍ଟର ଅଳ୍ପ ଖୋଲି ଦୋକାନୀମାନେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ନଜର ଆସିଛି ।
ଗୋଟିଏପଟେ ଦୋକାନୀମାନେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଅଫଲାଇନ ମଦ ବିକ୍ରି କରୁଥିବାବେଳେ, ଅନ୍ୟପଟେ ଲୋକମାନେ ବି କରୋନା କଟକଣାକୁ ନ ମାନି ମଦ ପାଇଁ ଦୋକାନ ଆଗରେ ଭିଡ଼ ଜମାଇଛନ୍ତି । ଭୁବନେଶ୍ୱରର ବାପୁଜୀ ନଗର ଅଞ୍ଚଳରେ ମଦ କିଣିବାକୁ ଲୋକମାନେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଲୋକମାନେ ସାମାଜିକ ଦୂରତା ବି ଭୁଲି ଯାଇଥିଲେ । ସେହିପରି ବୁଦ୍ଧନଗରରେ ମଧ୍ୟ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.