ସଂକ୍ରମଣ କାଳରେ ସଂଘର୍ଷ

0 60

ସୋ÷÷ମେନ୍ଦ୍ର ଜେନା
ସମଗ୍ର ପୃଥିବୀର ଦୁଇଶହରୁ ଅଧିକ ଦେଶରେ ସଂପ୍ରତି ଚୀନା ଭାଇରସର ଆକ୍ରମଣ ଜାରି ରହିଛି । ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିଲା ବେଳେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଚୀନର ବୁହାନ ଗବେଷଣାଗାରରେ ସୃଷ୍ଟି ହୋଇଥିବା ଏହି କୀଟାଣୁର ଆକ୍ରମଣ ଯୋଗୁ ଶହଶହ କୋଟି ଜନସାଧାରଣଙ୍କୁ ଗୃହବନ୍ଦୀ ହେବାକୁ ପଡିଛି । ଯୋଗାଯୋଗ, ବାଣିଜ୍ୟ, ଶିକ୍ଷା, କୃଷି ଆଦି ବିବିଧ କ୍ଷେତ୍ରରେ କାର୍ଯ୍ୟବନ୍ଦ ରହିଛି । ଫଳରେ ଲକ୍ଷଲକ୍ଷ କୋଟି କ୍ଷତି ହେବା ସହ ସବୁ ଦେଶରେ ଲୋକେ ରୋଜଗାର ହରାଇବା ସ୍ପଷ୍ଟ ହୋଇଗଲାଣି । ଏହି କୀଟାଣୁର ସଂକ୍ରମଣରେ କ୍ଷତିଗ୍ରସ୍ତ ବିଶ୍ୱ ଏବେ ଏହାର ପ୍ରକୃତ ଉତ୍ସ ଖୋଜିବାକୁ ଦାବି କଲାବେଳେ ଏହାର ଜନ୍ମଦାତା ଚୀନ ସମେତ ଅଳ୍ପ କେତେକ ସମର୍ଥକ ରାଷ୍ଟ୍ର ଏହାର ବିରୋଧରେ ରହିଛନ୍ତି । ପ୍ରଥମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେପରି ଏହାର ଅନୁସନ୍ଧାନ ନକରେ ସେଥିପାଇଁ ଚୀନ ସରକାର ·ପ ପ୍ରୟୋଗ କଲେ । ଏପରିକି ଏହି ସଂଗଠନକୁ ଆମେରିକା ଅର୍ଥ ଦେବନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କଲାପରେ ଚୀନ ୩୦ ମିଲିଅନ ଡଲାର ଦେବାକୁ ପ୍ରକାଶ କଲା । ସଂଗଠନର ମୁଖ୍ୟ ଟ୍ରେଡୋସଙ୍କୁ ଚୀନ କର୍ତ୍ତୃପକ୍ଷ ବହୁ ପୂର୍ବରୁ ନିଜ ସପକ୍ଷରେ ରଖି ଏହାର ଭୟାବହତାକୁ ନେଇ ଭ୍ରମାତ୍ମକ ତଥ୍ୟ ପ୍ରକାଶ କରାଉଥିଲେ । ଏପରିକି ମଣିଷରୁ ମଣିଷକୁ ଏହି କୀଟାଣୁ ସଂକ୍ରମିତ ହେବାର ସମ୍ଭାବନା ନଥିବା ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗତ ଜାନୁଆରୀ ମାସରେ ସୂଚନା ପ୍ରଦାନ କରାଯାଇଥିଲା । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଉଭୟ ଚୀନ ସରକାର ଏବଂ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଏଥିପାଇଁ ଦୋଷୀଥିବା ପ୍ରକାଶ କରି ଚୀନ ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ବ୍ୟକ୍ତ କଲେ । ଆମେରିକାର କମ୍ପାନୀମାନଙ୍କୁ ଚୀନରୁ ବାହାରିଆସିବା ଲାଗି ଆହ୍ୱାନ ଦେବା ସହ ଚୀନ ସହ ବାଣିଜ୍ୟ ହ୍ରାସ ପାଇଁ ଘୋଷଣା କଲେ । ଏହାକୁ କେନ୍ଦ୍ରକରି ଚୀନ-ଆମେରିକା ମଧ୍ୟରେ ସଂଘର୍ଷର ବାତାବରଣ ସୃଷ୍ଟି ହେବା ସହ ଚୀନ ନିଜର ଦୋଷକୁ ଲୁ·ଇବା ପାଇଁ ଅନେକ ଦେଶକୁ ନାଲିଆଖି ଦେଖାଇବା ଆରମ୍ଭ କରିଛି । ଉତ୍ତେଜନା ସୃଷ୍ଟି କରି ସମସ୍ତଙ୍କ ଦୃଷ୍ଟିକୁ ମୂଳ ସମସ୍ୟାରୁ ହଟାଇବାକୁ ପ୍ରୟାସ ଜାରି ରଖିଛି ।
ଦେଖିବାକୁ ଗଲେ କୋରୋନା ଭାଇରସ ଯୋଗୁ ପୃଥିବୀରେ ୫,୩୦,୪୩୬୪ ବ୍ୟକ୍ତି ୨୩ ମଇ ସୁଦ୍ଧା ସଂକ୍ରମିତ ହୋଇଥିଲାବେଳେ ୩,୪୦,୦୦୦ ଲୋକେ ମୃତ୍ୟୁବରଣ କରିସାରିଲେଣି । ମୃତ ରୋଗୀଙ୍କ ମଧ୍ୟରେ ଆମେରିକାରେ ୯୭,୬୪୭, ରୁଷିଆରେ ୩୨୪୯, ବ୍ରାଜିଲରେ ୨୧,୧୧୬. ବ୍ରିଟେନରେ ୩୬,୩୯୩, ସ୍ପେନରେ ୨୮,୬୨୮ ଇଟାଲୀରେ ୩୨୬୧୬, ଜର୍ମାନୀରେ ୮୩୫୨, ତୁର୍କୀରେ ୪୧୭୬, ଫ୍ରାନ୍ସରେ ୨୮୨୮୯, ଇରାନରେ ୭୩୦୦, ଭାରତରେ ୩୭୨୬, ପେରୁରେ ୩୨୪୪, କାନାଡାରେ ୬୨୫୦, ବେଲଜିଅମରେ ୯୨୧୨ ମେକ୍ସିକୋରେ ୬୯୮୯, ନେଦରଲ୍ୟାଣ୍ଡରେ ୫୭୮୮, ଇକ୍ୱେଡରରେ ୩୦୫୬, ସ୍ୱିଡେନରେ ୩୯୨୫, ପର୍ତ୍ତୁଗାଲରେ ୧୨୮୯, ରୋମାନିଆରେ ୧୧୬୬,ଚୀନରେ ମାତ୍ର ୪୬୩୪ ଜଣ ରହିଛନ୍ତି । ସମଗ୍ର ପୃଥିବୀରେ ଲୋକେ ମୃତ୍ୟୁୁବରଣ କରୁଥିବାବେଳେ ଏହି ଘଟଣାର ପ୍ରକୃତ ଅନୁସନ୍ଧାନ ହେବ ବୋଲି ସମସ୍ତେ ·ହୁଁଛନ୍ତି । କିନ୍ତୁ ଚୀନ ଏହି ଅନୁସନ୍ଧାନକୁ ବିରୋଧ କରି ପୃଥିବୀର ଅନେକ ଦେଶକୁ କେବଳ ନାଲିଆଖି ଯେ ଦେଖାଉଛି ତା ନୁହେଁ । ସେ ଦିଗରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି । ପ୍ରଥମେ ଆମେରିକା ସରକାର ଏବଂ ପରେ ଅଷ୍ଟ୍ରେଲିଆ ପକ୍ଷରୁ ଚୀନ ସରକାରଙ୍କ କୀଟାଣୁ ସଂପର୍କୀତ ବିଳମ୍ବିତ ସୂଚନାକୁ ସମାଲୋଚନା କରାଯାଇଥିଲା । ଚୀନ କର୍ତ୍ତୃପକ୍ଷ ଅଷ୍ଟ୍ରେଲିଆକୁ ନିଜ ଛାତ୍ରଛାତ୍ରୀଙ୍କୁ ପଢିବା ଲାଗି ନପଠାଇବା, ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରିବାକୁ ଧମକ ଶୁଣାଇଲେ । ଅଷ୍ଟ୍ରେଲିଆର କାର୍ଲି ଉପରେ ପ୍ରତିବନ୍ଧକ ଲଗାଇଲେ । ସେମିତି ଭାରତ ଯେପରି ଆମେରିକାର ଦାବିକୁ ସମର୍ଥନ ନକରେ ସେଥିପାଇଁ ସିକିମ୍ ସୀମାର ନାକୁଲା ଏବଂ ଲଦାଖ ସୀମାରେ ଚୀନା ସେନାପକ୍ଷରୁ ଉତ୍ତେଜନା ସୃଷ୍ଟି କରାଗଲା । କୈ÷ଳାସ ମାନୋସରୋବର ଯାତ୍ରାପଥକୁ ସୁଗମ କରିବା ଲାଗି ଉତ୍ତରାଖଣ୍ଡ ରାଜ୍ୟର ଲିପୁଲେଖକୁ ଯୋଡୁଥିବା ସଡକପଥ ଉଦ୍ଘାଟନ ପରେ ଏହି ଅଞ୍ଚଳ ନିଜର କହିବାକୁ ନେପାଳକୁ ଚୀନ କର୍ତ୍ତୃପକ୍ଷ କହିଲେ । ଏହାର କିଛିଦିନ ପୂର୍ବରୁ ନେପାଳ ସରକାରରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତାର ସମାଧାନପାଇଁ ଚୀନା କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ । ଫଳରେ ନେପାଳ ସଂସଦରେ ପ୍ରଦର୍ଶିତ ନୂଆ ମାନଚିତ୍ରରେ ଲିପୁଲେଖକୁ ନେପାଳ ନିଜର ବୋଲି ଦର୍ଶାଉଛି । ଭାରତର ଉତ୍ତର ସୀମାନ୍ତରେ କୋ÷÷ଣସି ତାରବାଡ ନଥିବା, ନେପାଳ ଭାରତ ସୀମା ମୁକ୍ତଥିବାରୁ ଏହି ଅଞ୍ଚଳରେ ସୀମା ଉତ୍ତେଜନା ସୃଷ୍ଟିକରି ଚୀନ ଭାରତ ଉପରେ ·ପ ପ୍ରୟୋଗ କରିବାକୁ ·ହୁଁଛି । ଏହାକୁ ନେଇ ନେପାଳ କମ୍ୟୁନିଷ୍ଟ ପାର୍ଟିର ଲୋକେ ଲିପୁଲେଖ ନିକଟକୁ ନେପାଳର ପତାକାଧରି ଆସିବାକୁ ଶୋଭାଯାତ୍ରା ପାଇଁ ଉଦ୍ୟମ କଲାବେଳେ ସ୍ଥାନୀୟ ନେପାଳୀ ଲୋକେ ସେମାନଙ୍କୁ ତଡି ଦେଇଥିବା ଖବର ମିଳିଛି । ସଂକ୍ରମଣ ସମୟରେ ଦକ୍ଷିଣ କୋରିଆ ସୀମାରେ ଚୀନର ଯୁଦ୍ଧବିମାନର ଉଡାଣ, ତାଇୱାନ ସୀମାରେ ଚୀନା ଯୁଦ୍ଧବିମାନର ପଇଁତରା, ଜାପାନ ନିକଟସ୍ଥ ଦ୍ୱୀପ ନିକଟରେ ଚୀନର ପୋତ ସମୁଦ୍ର ଜଳରେ ପଇଁତରା ମାରିବା, ଦକ୍ଷିଣ ଚୀନ ସାଗରରେ ତିନି ଏପ୍ରିଲରେ ଭିଏତନାମର ମାଛଧରା ବୋଟକୁ ଚୀନ ନୋ÷÷ସେନା ଧକ୍କା ମାରି ବୁଡାଇଦେବା ଦ୍ୱାରା ୬ଜଣ ମତ୍ସଜୀବୀ ମୃତ୍ୟୁବରଣ କରିବା ଫିଲିପାଇନ୍ସ ଜଳସୀମାରେ ଚୀନର ଯୁଦ୍ଧପୋତ ପ୍ରବେଶ କରିବା ପାକ୍, ଅଧିକୃତ କାଶ୍ମିରରେ ଏକ ନଦୀବନ୍ଧ ପ୍ରକଳ୍ପ ପାଇଁ ବୁଝାମଣା ପରି ଉତ୍ତେଜନା ବୃଦ୍ଧିକାରୀ କାର୍ଯ୍ୟ ଚୀନ ପକ୍ଷରୁ ଜାରି ରହିଛି । କେବଳ ସେତିକି ନୁହେଁ ସଂକ୍ରମଣ କାଳରେ ଭାରତ ମହାସାଗରକୁ ଅନେକଗୁଡିଏ ଯୁଦ୍ଧପୋତ ଜଳପଥ-ଦସ୍ୟୁଙ୍କୁ ନିୟନ୍ତ୍ରଣ ପାଇଁ ପଠାଇଥିବା କଥା କହୁଥିବା ଚୀନର ଅଭିସନ୍ଧିକୁ ନେଇ କେହି ଆଶ୍ଚର୍ଯ୍ୟ ହେବାର ନାହିଁ । କହିବାକୁ ଗଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କଡା ଆଭିମୁଖ୍ୟ ନେଇ ଚୀନ କର୍ତ୍ତୃପକ୍ଷ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ ଟ୍ରମ୍ପ ସରକାର ଭାରତ-ପ୍ରଶାନ୍ତ ମହାସାଗରସ୍ଥ ନୈ÷-ଭେଳାକୁ ତାଇୱାନ ନିକଟକୁ ପଠାଇଛନ୍ତି । ତେଣୁ ରୁଷିଆର ସମର୍ଥନ ନେଇ ଚୀନ ସରକାର ଉଦ୍ୟମ କରିଆସିଥିଲେ । ଏପରିକି ରୁଷିଆରେ ରାଷ୍ଟ୍ରପତି ପୁତିନ ମଧ୍ୟ ଚୀନକୁ ରକ୍ଷା କରିବାକୁ ଘୋଷଣା ମଧ୍ୟ କରିସାରିଥିଲେ । ହେଲେ ଅଷ୍ଟ୍ରେଲିଆ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାରେ ଆଗତ ପ୍ରସ୍ତାବ ସପକ୍ଷରେ ସଂଖ୍ୟାଧିକ ରାଷ୍ଟ୍ରଗୁଡିକର ସମର୍ଥନ ଦେଖି ରୁଷିଆ ଶେଷ ମୁହୂର୍ତ୍ତରେ ମତ ବଦଳାଇବାକୁ ବାଧ୍ୟ ହୋଇ ପ୍ରସ୍ତାବ ସପକ୍ଷରେ ସମର୍ଥନ ଦେବା ଫଳରେ ଜାତିସଂଘର ପଞ୍ଚ ମହାଶକ୍ତିଙ୍କ ମଧ୍ୟରେ ଚୀନ ଏବେ ଏକାକୀ ହୋଇପଡିଛି । ଗୋଟିଏ ପଟେ ସାରା ବିଶ୍ୱରେ କୀଟାଣୁକୁ ଖେଳାଇ ମହାମାରୀ ରୂପ ଦେବାରେ ଖଳନାୟକ ଭୂମିକାରେ ଥିବା ଚୀନ ଏବେ ନିଜକୁ ମହାନାୟକ ଭାବେ ଉପସ୍ଥାପିତ କରିବାକୁ ଉଦ୍ୟମ ଚଳାଇଛି । ଯେଉଁସବୁ ଦେଶ ଚୀନ ସରକାରଙ୍କ ଭୂମିକାକୁ ସମାଲୋଚନା କରୁଛନ୍ତି ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଚୀନ ପରୋକ୍ଷରେ ଧମକ ଦେଉଛି । ଭାରତକୁ ଔଷଧ ନିର୍ମାଣ ସାମଗ୍ରୀର ରପ୍ତାନୀ ବନ୍ଦ କରିବା ହେଉ କିମ୍ବା ଅଷ୍ଟ୍ରେଲିଆ ବାଣିଜ୍ୟ ସୁବିଧାକୁ ସଂକୁଚିତ କରିବା ହେଉ ଏସବୁ ଚୀନର ସାମ୍ରାଜ୍ୟବାଦୀ ଆଭିମୁଖ୍ୟର ଗୋଟିଏ ଗୋଟିଏ ପ୍ରମାଣ । କୀଟାଣୁ ମାଧ୍ୟମରେ ସମଗ୍ର ବିଶ୍ୱର ଆର୍ôଥକ ମେରୁଦଣ୍ଡ ଭାଙ୍ଗିଦେଇଥିବା ଚୀନ ଏବେ ନିଜର ଆର୍ôଥକ ଓ ସାମରିକ ଶକ୍ତି ପ୍ରୟୋଗ କରି ଅନ୍ୟମାନଙ୍କୁ ଭୟଭୀତ କରିବାକୁ ·ହୁଁଛି । ହେଲେ ଏହି ଉଦ୍ୟମ ସଫଳ ହେବାପରି ଜଣାପଡୁନାହିଁ । କାରଣ ଚୀନର ବନ୍ଧୁ ଅପେକ୍ଷା ଶତ୍ରୁ ସଂଖ୍ୟା ଏବେ ପୃଥିବୀରେ ଅଧିକ । ତାଇୱାନକୁ ଦଖଲ କରିବା ପାଇଁ ୱାନ ·ଇନା କଥା ଚୀନ କହୁଥିବା ବେଳେ ଭାରତର ଅଖଣ୍ଡତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ କି ହଂକଂବାସୀଙ୍କୁ ସେମାନଙ୍କ ଅଧିକାର ଦେବାକୁ ·ହୁଁନାହିଁ । ଏପ୍ରକାର ଦୋମୁହାଁ ନୀତି ପାଇଁ ଆଗାମୀ ଦିନରେ ଚୀନକୁ ଅନ୍ୟମାନଙ୍କ ବିରୋଧକୁ ସହିବାକୁ ହେବ ।ଭୁବନେଶ୍ୱର-୭୫୧୦୦୩

Leave A Reply

Your email address will not be published.