ଜମି ହଡପ ମାମଲା: ୩ ଗିରଫ

0 77

ପାରଳାଖେମୁଣ୍ଡି, ଅନୁସୂଚିତ ଜାତିଙ୍କ ଜମି ହଡପ ମାମଲାରେ ୩ଜଣଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ସଂସ୍କୃତ ମହାବିଦ୍ୟାଳୟ ପାଶ୍ୱର୍ରେ କଣ୍ଡରାସାହି ବାସୀନ୍ଦା ପ୍ରେମାନନ୍ଦ ଦାସଙ୍କ ଜମି ଦୀର୍ଘ ଦିନ ଧରି ରହିଆସିଛି । କିଛି ମାସ ତଳେ ସେହି ଜମିକୁ ସୁଧୀରଞ୍ଜନ ମହାପାତ୍ର ପ୍ଲଟ କରି କିଛି ଲୋକଙ୍କୁ ବିକ୍ରୀ କରିଥିବା ଅଭିଯୋଗ ନେଇ ପ୍ରେମାନନ୍ଦ ପାରଳା ଥାନାରେ ମାମଲା କରିଥିଲେ । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତ କରାଯାଇ ସୁଧୀରଞ୍ଜନ ମହାପାତ୍ର,ସୁନା ମହାପାତ୍ର ଏବଂ ଗୌରିଶଙ୍କର ପଣ୍ଡା ୩ଜଣଙ୍କୁ ଏହି ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.