୩ ବର୍ଷର କୁନିଝିଅକୁ ଚେଙ୍କ

0 71

କଟକ : ସିଡିଏ ଅଂଚଳରେ ପୁଣି ଜଣେ ଶିଶୁକୁ ଅମାନୁଷିକ ଅତ୍ୟା·ର ଦେଇଥିବା ଜଣାପଡିଛି । ନିଜ ଜନ୍ମକଲା ମାଆ ୩ ବର୍ଷର ଶିଶୁକନ୍ୟାକୁ ମାଡ ମାରିବା ସହ ପାଦକୁ ଚେଙ୍କ ଦେବାଭଳି ଅଭାବନୀୟ କାଣ୍ଡ କରିଛନ୍ତିି । ଏହି ଘଟଣା ଘଟିଛି କଟକ କାଠଯୋଡି ଅଂଚଳରେ । ଦ୍ୱିତୀୟ ସ୍ୱ୍ୱାମୀ ସହ ମିଶି ଶିଶୁକନ୍ୟାକୁ ସବୁବେଳେ ମାଡ ମାରୁଥିବା ବେଳେ ବେଳେ ବର୍ତମାନ ସୀମା ଟପିଯାଇଛି ଅତ୍ୟା·ର । ଆଜି ପ୍ରବଳ ମାଡଖାଇ ଝିଅଟି କାନ୍ଦୁଥିବା ବେଳେ ସାହିର କିଛି ଲୋକ ଏନେଇ ·ଇଲଡ ଲାଇନକୁ ଖବର ଦେଇଥିଲେ । ଫଳରେ ବିଳମ୍ବିତ ରାତିରେ ପୋଲିସ ଝିଅଟିକୁ ଉଦ୍ଧାର କରିବା ସହ ବାପା ମାଙ୍କୁ ଉଠାଇ ନେଇଥିଲା । ବର୍ତମାନ ସେମାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି ପୋଲିସ । ଗତ ୧୯ ତାରିଖରେ ଜଣେ ଫଳ ବ୍ୟବସାୟୀଙ୍କ ୭ ବର୍ଷର ଶିଶୁପୁତ୍ରକୁ ନିଜ ସାବତ ମା ତତଲା ଛୁରୀରେ ଚେଙ୍କଦେବା ଖବର ସାମାନକୁ ଆସିଥିଲା ।

Leave A Reply

Your email address will not be published.