ଦୁଇ ମହାଶକ୍ତିଙ୍କ ମହାଟକ୍କର ଆରମ୍ଭ

0 70

ନୂଆଦିଲ୍ଲୀ : କରୋନାକୁ ନେଇ ବିଶ୍ୱର ଦୁଇ ମହାଶକ୍ତି ଏବେ ଛାୟାଯୁଦ୍ଧରେ ମାତିଛନ୍ତି । ପୂର୍ବରୁ ଯଦିଓ ଏହି ଦୁଇ ମହାଶକ୍ତି ପରୋକ୍ଷରେ ଉଭୟଙ୍କୁ ଟାର୍ଗେଟ୍ କରୁଥିଲେ କିନ୍ତୁ ଏବେ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ ହୋଇଯାଇଛି । ଅର୍ଥାତ ଆମେରିକା ଓ ଚୀନ୍ ଉଭୟ ଉଭୟଙ୍କୁ ପରାହତ କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଉଛନ୍ତି । ଏହି କ୍ରମରେ ଆମେରିକା ଚୀନ ଉପରେ ପ୍ରହାର କରି ୩୩ ·ଇନିଜ୍ କମ୍ପାନୀ ଓ ସଂସ୍ଥାକୁ କଳାତାଲିକାଭୁକ୍ତ କରିଛି । କୁହାଯାଉଛି ଡ୍ରାଗନ ମଧ୍ୟ ପାଲଟା ଜବାବ ସ୍ୱରୂପ ଆମେରିକା କମ୍ପାନୀକୁ କଳାତାଲିକା ଭୁକ୍ତି କରିପାରେ । ଆମେରିକାର ବାଣିଜ୍ୟିକ ବିଭାଗ ଶନିବାର ସେହି କମ୍ପାନୀକୁ କଳାତାଲିକାଭୁକ୍ତ କରିଛି, ଯେଉଁମାନେ ଆମେରିକା ଟେକ୍ନୋଲୋଜି ଓ ଅନ୍ୟ ବସ୍ତୁର ପ୍ରବେଶ ଉପରେ ରୋକ୍ ଲଗାଉଛନ୍ତି । କଳାତାଲିକାଭୁକ୍ତ କମ୍ପାନୀ ମଧ୍ୟରୁ ୨୪ କମ୍ପାନୀ ୟୁନିଭର୍ସିଟିର ସେନା ସହିତ ସମ୍ବନ୍ଧ ଥିବା ଏବଂ ୯ ସଂସ୍ଥା ଶିନଜିୟାଙ୍ଗ ପ୍ରାନ୍ତରେ ମାନବାଧିକାରର ଉଲ୍ଲଂଘନ କରୁଥିବା ଆରୋପ ଲାଗିଛି ।ଏହି ନିଷ୍ପତ୍ତି ପରେ କଳାତାଲିକାଭୁକ୍ତ ସୂଚୀରେ ସାମିଲ କମ୍ପାନୀ ଆମେରିକାର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି । ବିଶ୍ଳେଷକଙ୍କ କହିବା କଥା ଏଥିରେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବ । ଇଣ୍ଟରନେଟ୍ ସିକ୍ୟୁରିଟି ସଫ୍ଟଓୟାରର ରପ୍ତାନୀ କରୁଥିବା ଟେକ୍ନୋଲୋଜି କମ୍ପାନୀ ଛସଷକ୍ଟକ୍ଟ ୩୬୦ କହିଛି, ଏହି ପଦକ୍ଷେପରେ କାରବାରକୁ ନେଇ ମଧ୍ୟ ରାଜନୀତି କରାଯାଉଛି । ଭିଡିଓ ରେକର୍ଡର ଉତ୍ପାଦନ କରୁଥିବା କମ୍ପାନୀ ନେଟ୍ପୋସା ଟେକ୍ନୋଲୋଜି କହିଛି, ଏହି ପ୍ରତିବନ୍ଧକରେ ତାର ଦୈନିକ କାମରେ ବ୍ୟାପକ ପ୍ରଭାବ ପଡିବ ନାହିଁ । ଚୀନର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ତଥା କୂଟନୈତିଜ୍ଞ ଝାଉ ସିଆମିଙ୍ଗ କହିଛନ୍ତି, ଏହି ପଦକ୍ଷେପରେ ଆମେରିକା ଓ ଚୀନ ଟେକ୍ନୋଲୋଜି କମ୍ପାନୀ ମଧ୍ୟରେ ଲଢେଇ ଆରମ୍ଭ ହୋଇଯିବ । ଉଲ୍ଲେଖଯୋଗ୍ୟ ନିକଟ ଦିନରେ ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକ ବିଗିଡିବାରେ ଲାଗିଛି । ଚୀନରୁ ଉତ୍ପନ କରୋନା ଭୂତାଣୁର ପ୍ରଭାବ ଆମେରିକା ଉପରେ ଅଧିକ ପଡିଛି । ଏହା ସହିତ ଦୁନିଆର ସବୁଠୁ ବଡ ଦୁଇ ଅର୍ଥବ୍ୟବସ୍ଥା ବାଣିଜ୍ୟିକ ଓ ତାଇୱାନ ପ୍ରସଙ୍ଗକୁ ନେଇ ବିରାଟ ମତଭେଦ ରହିଛି । ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଶନିବାର କହିଛନ୍ତି ଆମେରିକା ନେତା ସଂପର୍କକୁ ନୂତନ ଶୀତଳ ଯୁଦ୍ଧ ଆଡକୁ ନେଇ ଯାଉଛନ୍ତି । ଅନ୍ୟପଟେ ଆମେରିକା ନେତା ହଂକଂ ଉପରେ ନ୍ୟାସନାଲ ସିକ୍ୟୁରିଟିର ଆଇନ୍ ଥୋପା ଯାଉଥିବା ଚୀନ ଉପରେ ଆରୋପ ଲଗାଇଛି । କରୋନା ଭୂତାଣୁ ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଦାୟୀ କରିଛନ୍ତି । ସେ ସିଧାସଳଖ ଚୀନ ଉପରେ ଆରୋପ ଲଗାଇଛନ୍ତି ଯେ, ସେଠାକାର କମ୍ୟୁନିଷ୍ଟ ସରକାର ଜାଣି ଶୁଣି କରୋନା ପ୍ରସଙ୍ଗରେ ଦୁନିଆକୁ ଅନ୍ଧାରରେ ରଖିଛି । ଟ୍ରମ୍ପଙ୍କ ଏହି ବୟାନ ପରେ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢିବା ସହିତ ଆରୋପ ପ୍ରତ୍ୟାରୋପ ଚରମରେ ପହଞ୍ଚିଥିଲା ।

Leave A Reply

Your email address will not be published.