୫ ରାଜ୍ୟକୁ ୨ଦିନ ପାଇଁ ସତର୍କ ସୂଚନା ଜାରି କଲା ଆଇଏମ୍ଡି

0 72

ନୂଆଦିଲ୍ଲୀ : ଉତ୍ତରଭାରତର ବହୁ ସ୍ଥାନରେ ତାପମାତ୍ରା ୪୫ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ହେବା ପରେ ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ ଓ ରାଜସ୍ଥାନକୁ ଆସନ୍ତା ୨ଦିନ ପାଇଁ ସତର୍କ ରହିବାକୁ ସୂଚନା ଜାରି କରିଛି । ପାଣିପାଗ ବିିଭାଗର ସୂଚନାନୁଯାୟୀ ଆଗାମୀ ୨/୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ଆଇଏମ୍ଡି ଆଞ୍ଚଳିକ ମୌସୁମ ବିଜ୍ଞାନ କେନ୍ଦ୍ରର ପ୍ରମୁଖ କୁଳଦୀପ ଶ୍ରୀବାସ୍ତବ ପୂର୍ବ ଉତ୍ତରପ୍ରଦେଶରେ ବୋହୁଥô୍ବା ଲୁ’କୁ ଲକ୍ଷ୍ୟ କରି ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି । ଶନିବାର ରାଜସ୍ଥାନୀ ପିଲାନୀରେ ତାପମାତ୍ରା ୪୬.୭ ଡିଗ୍ରୀ ସେଲ୍ସିୟସ୍ ଥିବା ରେକର୍ଡ କରାଯାଇଛି । ଦିଲ୍ଲୀ ଏନ୍ସିଆର୍ ଓ ଅନ୍ୟ କେତେକ ଅଞ୍ଚଳରେ ଆଗାମୀ ଦିନରେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମ ଭାଗରେ ଲୁ’ ପ୍ରଭାବ ଯୋଗୁଁ ଆଗାମୀ ୪ଦିନ ଦିଲ୍ଲୀବାସୀଙ୍କ ପାଇଁ ତାପମାତ୍ରା ଅସହ୍ୟ ହୋଇଯିବ । ଚଳିତବର୍ଷ ମଇ ୨୩ ତାରିଖ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୪୬ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ସୂର୍ଯ୍ୟଙ୍କ ଉତ୍ତାପ ବଢ଼ିବା ସାଙ୍ଗକୁ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ମଇ ୨୯ ଓ ୩୦ ତାରିଖରେ ଘଣ୍ଟାକୁ ୬୦ କିମି ବେଗରେ ଧୂଳିଝଡ଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.