ସ୍ତ୍ରୀଙ୍କୁ ଭେଟିବାକୁ ଯାଇ ମାଡ ଖାଇଲେ

0 79

ଭଦ୍ରକ : କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କୁ ମାଡ଼ ଅଭିଯୋଗ । ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ ସେଣ୍ଟରରୁ । ଅଭିଯୋଗରୁ ଜଣାଯାଇଛି, ଉଭୟେ ସ୍ୱ୍ୱାମୀ-ସ୍ତ୍ରୀ କିଛି ଦିନ ତଳେ ଦିଲ୍ଲୀରୁ ଗାଁକୁ ଫେରିଥିଲେ । ତେଣୁ ଘରକୁ ନ ଯାଇ ଉଭୟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଗତ ରାତିରେ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ସ୍ୱାମୀଙ୍କୁ ଫୋନ୍ କରିଥିଲେ । ମାତ୍ର ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ବିରୋଧ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେତିକି ନୁହେଁ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା କର୍ମୀ ଠେଲାପେଲା କରିଥିବା ଯୁବକ ଅଭିଯୋଗ କରିଛନ୍ତି । ଏ ନେଇ ବିଡିଓ କହିଛନ୍ତି ସ୍ୱ୍ୱାମୀ-ସ୍ତ୍ରୀଙ୍କୁ ଦିନ ବେଳା କଥା ହେବା ପାଇଁ ସୁଯୋଗ ଦିଆଯାଇଥିଲା । ମାତ୍ର ଯୁବକ ଜଣଙ୍କ ରାତିରେ ମହିଳା ରହୁଥିବା ରୁମକୁ ଯିବାରୁ ଅନ୍ୟ ମହିଳା ଅନ୍ତେବାସୀମାନେ ବିରୋଧ କରିଥିଲେ । ଫଳରେ ସୁରକ୍ଷାକର୍ମୀମାନେ ତାଙ୍କୁ ବିରୋଧ କରିଥିଲେ ବୋଲି ବିଡିଓ କହିଛନ୍ତି ।

Leave A Reply

Your email address will not be published.