ପ୍ରୟାଗରାଜରେ ଜମୁଛି ଭିଡ଼

0 76

ପ୍ରୟାଗରାଜ : ସଙ୍ଗମ ୨ମାସ ଯାଏଁ ଜନଶୂନ୍ୟ ହୋଇଯାଇଥିଲା,କିନ୍ତୁ ଏବେ ଏଠାରେ ଧୀରେ ଧୀରେ ଲୋକଙ୍କ ଭିଡ଼ ଜମୁଛି । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ମିଳିଥିବା ଛାଡ଼ କାରଣରୁ ଲୋକେ ଏଠାକୁ ଆସିବାକୁ ଲାଗିଛନ୍ତି । ବାଇକ୍ ଏବଂ ସ୍କୁଟିରେ ସହର ଏବଂ ଆଖପାଖର ଲୋକେ ପହଞ୍ଚୁଛନ୍ତି । ମଧ୍ୟପ୍ରଦେଶ ଏବଂ ପଡ଼ୋଶୀ ଜିଲ୍ଲାର ଲୋକେ ମଧ୍ୟ ·ରି ଚକିଆ ଗାଡ଼ିରେ ସଙ୍ଗମକୁ ଆସୁଛନ୍ତି ।ଶ୍ରଦ୍ଧାଳୁଙ୍କୁ ସଙ୍ଗମର ମଧ୍ୟଭାଗରେ ପହଞ୍ଚାଇବା ପାଇଁ କିଛି ଡଙ୍ଗା ମଧ୍ୟ ·ଲୁଛିୟ ଘାଟରେ ପ୍ରସାଦ,ଚୁଡ଼ି,ବିନ୍ଦି ଆଦିର ଦୋକାନ ମଧ୍ୟ ପୁଣି ଥରେ ·ଲୁ ହୋଇଗଲାଣି । ଘାଟ କୂଳରେ ପୂଜାରୀମାନେ ମଧ୍ୟ ଆସନ ଜମାଇଲେଣି । ସ୍ନାନ ପରେ ଲୋକେ ଦାନ ଆଦି କରୁଛନ୍ତି,ସେଠାରେ ପିଣ୍ଡଦାନ ମଧ୍ୟ କରାଯାଉଛି । ଲକଡାଉନରେ ଯେଉଁମାନଙ୍କର ବିୟୋଗ ଘଟିଛି, ସେମାନଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ମଧ୍ୟ ଲୋକେ ସଙ୍ଗମକୁ ଆସୁଛନ୍ତି । ବନ୍ଧୱା ସ୍ଥିତ ବଡ଼ ହନୁମାନ ମନ୍ଦିରର ଦ୍ୱାର ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇନାହିଁ । ଲୋକେ ଦୂରରୁ ମୁଣ୍ଡ ନୁଆଁଇ ଆଶୀର୍ବାଦ ନେଉଛନ୍ତି । ମାର୍ଚ୍ଚ ୨୨ତାରିଖରୁ ହୋଇଥିବା ଜନତା କର୍ଫ୍ୟୁ ପରଠୁ ସଙ୍ଗମ ଶୂନଶାନ ହୋଇଯାଇଥିଲାୟ କର୍ଫ୍ୟୁ ସମୟରେ ହିଁ ପ୍ରୟାଗରାଜ ସହ ରାଜ୍ୟର ୧୬ଟି ଜିଲ୍ଲାରେ ୩ଦିନର ଲକଡାଉନ୍ ଘୋଷିତ ହୋଇଯାଇଥିଲା ।

Leave A Reply

Your email address will not be published.