ପୁଣି ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର

0 76

ଭବାନୀପାଟଣା : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି ଦୁର୍ଘଟଣା ୟ । ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ସହ ଜଣେ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛିୟ ତୁମୁଡିବନ୍ଧ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ବସ୍ରେ ୪୭ ଜଣ ପ୍ରବାସୀ ଥିଲେ । ସମସ୍ତଙ୍କୁ ଏବେ ଜଲେଶପଟା ଆଶ୍ରମ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ପ୍ରବାସୀମାନେ ଗୋଆରୁ ଟ୍ରେନ୍ ଯୋଗେ ଆସି ଭବାନୀପାଟଣାରେ ଓହ୍ଲାଇଥିଲେ । ପରେ ଏକ ବସ୍ ଯୋଗେ ପ୍ରବାସୀଙ୍କୁ ଗଂଜାମ ଅଭିମୁଖେ ନିଆଯାଉଥିଲା ।

Leave A Reply

Your email address will not be published.