ଗୋଟିଏ ଦିନରେ ୭ ହଜାର କରୋନା ପଜିଟିଭ

0 94

ନୂଆଦିଲ୍ଲୀ : ଦେଶରେ ସୋମବାର କ୍ରମାଗତ ୪ର୍ଥ ଦିନରେ ତଥା ଗୋଟିଏ ଦିନରେ କୋଭିଡ-୧୯ର ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ପାଖାପାଖି ୭୦୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧.୪ ଲକ୍ଷ ଅତିକ୍ରମ କରିସାରିଛି । ମେ’ ୧ ପରେ କରୋନା ପଜିଟିଭ ସଂଖ୍ୟା ୪ ଗୁଣ ବଢ଼ିଛି । ଦେଶରେ କୋଭିଡ-୧୯ ମୃତକଙ୍କ ସଂଖ୍ୟା ୪୦୦୦ ଅତିକ୍ରମ କରିସାରିଛି । ଏହା ମେ’ ମାସ ୧ ତୁଳନାରେ ୩ ତିନିଗୁଣ ହୋଇଛି । ସେହିପରି ଏବେ ଦେଶର ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ତିନି ଗୁଣରୁ ଅଧିକ ହୋଇଛି ।କିନ୍ତୁ ମେ’ ୧ ତୁଳନାରେ ଦେଶରେ ୬ ଗୁଣ ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୬୦ ହଜାର ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମେ’ ୧ ତାରିଖ ସକାଳ ୮ଟାରେ ନିଜର ତାଜା ତଥ୍ୟରେ କହିଥିଲେ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩୫ ହଜାର । ସେହି ଦିନ ପର୍ଯ୍ୟନ୍ତ ଦେଶରେ କରୋନାରେ ୧ ହଜାର ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହି ତାରିଖରେ ୮ ହଜାର ୯୦୦ ଲୋକ ଠିକ ହୋଇସାରିଥିଲେ ଏବଂ ୨୫ ହଜାରରୁ ଅଧିକ ଲୋକ ଚିକିତ୍ସିତ ଥିଲେ । ସେହିଦିନ ଠାରୁ ଏପର୍ଯ୍ୟନ୍ତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ ଗୁଣ ବଢ଼ିଛି । ମୃତ୍ୟୁ ସଂଖ୍ୟା ୩ ଗୁଣରୁ ଅଧିକ ହୋଇଛି । ଚିକିତ୍ସିତ ଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସେତିକି ହେବ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଯେ, ମେ’ ୧ ତାରିଖ ତୁଳନାରେ ଦେଶରେ ୬ ଗୁଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଭାରତୀୟ ରେଳବାଇ ମେ’ ୧ ତାରିଖ ଠାରୁ ପ୍ରବାସୀ ଶ୍ରମିକଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ରେଳଗାଡ଼ି ଚଳାଇବା ଆରମ୍ଭ କରିଥିଲା ।

Leave A Reply

Your email address will not be published.