ମାନିଲେନି କଟକଣା, ଦୋକାନ ଖୋଲି ବିକିଲେ ମଦ

0 65

ବ୍ୟାସନଗର : ରାଜ୍ୟ ସରକାର ଅନଲାଇନ ମଦ ବିକିବାକୁ ଘୋଷଣା କରିଥିଲେ । ଅନଲାଇନ ଅର୍ଡର ନେଇ ଘରେ ମଦ ପହଞ୍ଚାଇବାକୁ ଯୋଜନା କରିଥିଲେ । ହେଲେ ବ୍ୟାସନଗରରେ ମଦ ଦୋକାନୀ ଏହାକୁ ମାନିଲେନି । ସିଧା ଦୋକାନ ଖୋଲି ମଦ ବିକିଲେ । ଏଥିପାଇଁ ଆଜି ପୋଲିସ ଏବଂ ଅବକାରୀ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା । ସରକାରଙ୍କ ନିଷ୍ପତ୍ତି ପ୍ରକାରେ ମଦ ଦୋକାନୀ ଗ୍ରାହକଙ୍କୁ ସେମାନଙ୍କ ଘରେ ମଦ ପହଞ୍ଚାଇବା କଥା । ତେବେ ଆଜି ବ୍ୟାସନଗରର କେତେକ ମଦ ଦୋକାନ ସକାଳୁ ଅଫ୍ ଲାଇନରେ ବିକ୍ରି କରିଥିଲେ । ମଦ ଦୋକାନ ଖୋଲା ହୋଇଥିବା ଜାଣିବା ପରେ ଶହ ଶହ ସଂଖ୍ୟାର ଗ୍ରାହକ ମାଡ଼ିଆସିଥିଲେ । ମଦ ଦୋକାନ ଅ ।ଗରେ ପ୍ରବଳ ଭିଡ଼ ହୋଇଥିବା ଖବର ପାଇ ପୁଲିସ ପହଞ୍ଚିଥିଲା । ମଦ ପାଇଁ ଭିଡ଼ ଲାଗଇଥିବା ଗ୍ରାହକୁ ମାଡ଼ ମାରି ଘଉଡ଼ାଇବା ସହ ଦୋକାନ ବନ୍ଦ କରିବାକୁ କହିଥିଲେ । ଆଜି ସହରର ପାନଗଳିରେ ଥିବା ଏକ ବାର୍, ଚୋରାଦା ବାଇପାସ୍ରେ ଥିବା ଦୁଇଟି ମଦ ଦୋକାନ, ଦଳାଛକରେ ଥିବା ମଦ ଦୋକାନରେ ସକାଳୁ ମଦ ବିକ୍ରି ହୋଇଥିଲା । ପୁଲିସ ପାନଗଳିରେ ଥିବା ବାର୍ରେ ତାଲା ପକାଇ ·ବି ନେଇଯାଇଥିଲା । ସେହିପରି ଅନ୍ୟ ମଦ ଦୋକାନ ସମ୍ମୁଖରେ ଥିବା ଗ୍ରାହକଙ୍କୁ ଘଉଡ଼ାଇଥିଲା । ସହରରେ ଆଜି ଅଫଲାଇନରେ ମଦ ବିକ୍ରିକୁ ଅବକାରୀ ବିଭାଗ ସ୍ୱୀକାର କରିଛି । ଅବକାରୀ ବିଭାଗର ଅଧିକାରୀ ପ୍ରସନ୍ନ କୁମାର ମହାନ୍ତି କହିଛନ୍ତି ଯେ, କେତେକ ଦୋକାନୀ ସରକାରୀ ନିୟମକୁ ଉଲ୍ଲଂଘନ କରି ମଦ ବିକ୍ରି କରିଥିଲେ । ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଯାଜପୁର ରୋଡ଼ ପୁଲିସକୁ କୁହାଯାଇଛି । ମଦ ଦୋକାନ ଖୋଲିବା ପୂର୍ବରୁ ଦୋକାନରେ କେତେ ମଦ ମହଜୁଦ୍ ରହିଛି ଯାଞ୍ଚ ହୋଇନଥିବା ବେଳେ ଏହା ପୂର୍ବରୁ ବିକ୍ରି କରାଯିବା ଘଟଣା ଅନେକ ପ୍ରଶ୍ନ ଉଠାଉଛି ।

Leave A Reply

Your email address will not be published.