ରାଉରକେଲାରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହି

0 77

ରାଉରକେଲା : କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାରକୁ ନେଇ ରାଉରକେଲାରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି । ରାସ୍ତା ଉପରେ ଉଭୟ ପୋଲିସ-ଜନତା ଧସ୍ତାଧସ୍ତି ହୋଇଛନ୍ତି । ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଛିୟ ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଥିବା ବେଳେ ପୁଲିସ୍ ଉପରକୁ ଟେକା, ପଥର ମାଡ଼ କରିବାକୁ ପଛାଇ ନାହାନ୍ତି । ଏହି ଘଟଣାରେ ୧୫ରୁ ଅଧିକ ପୁଲିସ୍ କର୍ମୀ ଆହତ ହୋଇଥିବା ଜଣାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସେ ତଳେ ରାଉରକେଲାର କେତେକ ଅଞ୍ଚଳକୁ ବଫର ଜୋନ୍ ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଗତ ରାତିରେ ପାୱାର ହାଉସ ରୋଡ଼ ସ୍ଥିତ ମଙ୍ଗଳ ଭବନରୁ ଜନତା ନିବାସ ପର୍ଯ୍ୟନ୍ତ ହୋଇଥିବା ବଫର ଜୋନକୁ ପ୍ରତ୍ୟାହାର କରାଯାଇଥିଲା । ସେହିପରି ମଧୁସୂଦନ ମାର୍ଗରୁ ଆନନ୍ଦ ଭବନଲେନ୍ ପର୍ଯ୍ୟନ୍ତ ଅଂଚଳକୁ ମଧ୍ୟ ବଫର ଜୋନରୁ ବାଦ୍ ଦିଆଯାଇଥିଲା । ହେଲେ ମହତାବ ରୋଡ଼କୁ କଣ୍ଟେନମେଣ୍ଟ ଜୋନ ଭାବେ ରଖାଯାଇଥିଲା । ଏହି ଅଞ୍ଚଳ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ କେବଳ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଥିଲା । ହେଲେ ଲୋକଙ୍କ ଯାତାୟାତ ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ସ୍ଥାନରେ ବ୍ୟାରିକେଡ୍ କରାଯାଇଥିଲା । ତେଣୁ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ କଣ୍ଟେନମେଣ୍ଟ ଜୋନ୍ କଟକଣା ଉଠାଇବା ଦାବିରେ ପ୍ଲାଣ୍ଟସାଇଟ୍ ଥାନା ଆଗରେ ରୁଣ୍ଡ ହୋଇ ବିକ୍ଷୋଭ କରିଥିଲେ । ଏପରିକି ସେମାନେ ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ପୋତା ଯାଇଥିବା ବାଉଁଶକୁ ବାହାର କରିଦେଇ ସେଥିରେ ନିଅ ।ଁ ଲଗାଇ ଦେଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ସ୍ଥାନୀୟ ଲୋକଙ୍କ ପ୍ରତିନିଧିଙ୍କ ସହ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଶାନ୍ତି ବୈଠକ ଡାକି ଆଲୋଚନା କରିଥିଲେ ୟ ବୈଠକରେ ଡିଆଇଜି, ଏସ୍ପି ଓ ରାଉରକେଲା ମହାନଗର ନିଗମର କମିଶନର ଉପସ୍ଥିତ ଥିଲେ । ସେପଟେ ରାସ୍ତା ଉପରେ ଜଳୁଥିବା ନିଆଁକୁ ଲିଭାଇ ଦିଆଯାଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ରିଙ୍ଗ ରୋଡ଼ ଅଞ୍ଚଳରେ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହା ସହ ତିନି ଜୋନର ଡିଏସପି ଘଟଣାସ୍ଥଳରେ ରହିଛନ୍ତି ।

Leave A Reply

Your email address will not be published.