କଣ୍ଟେନ୍ମେଣ୍ଟ ଜୋନ ତଦାରଖ କଲେ ଏସ୍.ପି. ଓ ଉପ-ଜିଲ୍ଲାପାଳ

0 74

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ମୋଟ ୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟପରେ ଜିଲ୍ଲାର ଗୋଷାଣୀ ବ୍ଲକର ତାଟିପେଟି ଓ ଭୁଷୁକୁଡି, ଗୁମ୍ମା ବ୍ଲକର କୁଜାସିଂ ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଓ କାଶୀନଗର ବ୍ଲକର ମନ୍ତ୍ରିଗୁଡା ଆଦି ୪ଗୋଟି ଗ୍ରାମ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା ହୋଇଛି । ଏହି ଜୋନ୍ ଗୁଡିକ କିପରି କାର୍ଯ୍ୟକାରୀ ହେଉଛି । ଏଠାରେ ନିୟୋଜିତ କର୍ମଚାରୀମାନେ ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି ନା ନାହିଁ । ସର୍ବୋପରି ଏହି ଅଞ୍ଚଳବାସୀଙ୍କ ସୁରକ୍ଷା ଆଦିର ଅନୁଧ୍ୟାନପାଇଁ ଗଜପତି ଏସ୍.ପି. ସାରା ଶର୍ମା ଓ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏ ସମସ୍ତ କଣ୍ଟେନ୍ମେଣ୍ଟ ଜୋନକୁ ପ୍ରତ୍ୟେକ ଦିନ ବାରମ୍ବାର ତଦାରଖ କରୁଥିବା ସୂଚନା ମିଳିଛି । ଏହି କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳରେ ଲୋକଙ୍କୁ ଏମାନେ ବିଭିନ୍ନ ଭାବେ ସଚେତନତା ପାଇଁ ବିଭିନ୍ନ ବାର୍ତ୍ତା ପ୍ରଦାନ କରୁଥିବା ସହ ନିଜ ନିଜର ଘରେ ସମସ୍ତଙ୍କୁ ସୁରକ୍ଷି ଭାବେ ରହିବାପାଇଁ ଉପଦେଶ ଦେଉଛନ୍ତି । ଏଥି ସହ ଏହି କଣ୍ଟେନ୍ମେଣ୍ଟ ଜୋନ୍କୁ ଅନ୍ୟ ଅଞ୍ଚଳରୁ କେହି ଯେପରି ପ୍ରବେଶ କରିନପାରନ୍ତି ଏବଂ ଏହି ଜୋନ୍ ଅଞ୍ଚଳର କୌଣସି ବ୍ୟକ୍ତି ଯେପରି ବାହାରକୁ ଯାଇ ନ ପାରନ୍ତି ସେ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ବ୍ୟାରିକେଟ ଦ୍ୱାରା ପ୍ରବେଶ ପଥ ଗୁଡିକୁ ସିଲ କରାଯାଇଛି ।

Leave A Reply

Your email address will not be published.