ଢେଙ୍କାନାଳରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ

0 77

ଢେଙ୍କାନାଳ : ଲକଡାଉନ ଆରମ୍ଭ ହେବାର ୧୫ ଦିନ ପରେ ସହରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେବା ସଙ୍ଗେ ସଙ୍ଗେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ଉକ୍ତ କରୋନା ପଜିଟିଭ ଜଣଙ୍କ ସେତେବେଳେ ନିଜାମୁଦ୍ଦିନ ଲିଙ୍କରେ ଥିଲେ ବୋଲି ଜଣା ଯାଇଥିଲା । ତେବେ କିଛି ମାସର ନୀରବତା ପରେ ଗତ ୨ଦିନ ଭିତରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ଜିଲ୍ଲାରେ ଏକ ଅଭାବନୀୟ ବାତାବରଣ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ ଗତ ଦୁଇଦିନ ତଳେ କଙ୍କଡାହାଡ ବ୍ଳକ ଅଂଚଳର ଜନୈକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇ ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଯାଇଥିବା ବେଳେ ଆଜି ଗଁଦିଆ ବ୍ଳକ ତେନ୍ତୁଳିଆ କ୍ୱାରେଂଟାଇନ ସେଂଟରରୁ ଜଣେ ୩୨ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଯାଇଛି । ସମ୍ପୃକ୍ତ ବ୍ୟକ୍ତ ମେ ୧୨ ତାରିଖରେ ଛତିିଶଗଡରୁ ଏକ ସ୍କର୍ପିଓ ଗାଡିରେ ଅନ୍ୟ ୨ ଜଣଙ୍କ ସହିତ ଆସି ୧୩ ତାରିଖ ଦିନ ତେନ୍ତୁଳିଆ ସଂଘରୋଧ କେନ୍ଦ୍ରରେ ରହିଥିଲେ । ସେହି କେନ୍ଦ୍ରରୁ ମୋଟ ୩୯ଜଣଙ୍କର ସ୍ୱାବ୍ ଟେଷ୍ଟ ପାଇଁ ୨୧ ତାରିଖରେ ପଠା ଯାଇଥିବା ବେଳେ ସେଥିମଧ୍ୟରୁ ଉକ୍ତ ବ୍ୟକ୍ତିଙ୍କର କରୋନା ପଜିଟିିଭ୍ ଚିହ୍ନଟ ରିପୋର୍ଟ ଆସିଥିଲା । ସେହି କେନ୍ଦ୍ରର ଅନ୍ୟ ୩୮ ଜଣଙ୍କର ନେଗେଟିଭ୍ ରିପୋର୍ଟ ଆସିଥିବା ବିଷୟ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ପଠା ଯାଇଥିବା ସଙ୍ଗେ ସଙ୍ଗେ ଯେହେତୁ ଉକ୍ତ ବ୍ୟକ୍ତି ସଂଘରୋଧ କେନ୍ଦ୍ରରେ ଥିଲେ ତେଣୁ ଜିଲ୍ଲାବାସୀ ଆତଙ୍କିତ ନହେବା ପାଇଁ ଜିଲ୍ଲାପାଳ ଶ୍ରୀ ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.