ଭୁବନରେ ୩୭୪ ଜଣଙ୍କ ସ୍ୱାବ ପରୀକ୍ଷା

0 72

ଢେଙ୍କାନାଳ, ଡୁମାଣୀଖବର : ଢେଙ୍କାନାଳ ଜିଲ୍ଲାକୁ ପ୍ରବାସୀ ଶ୍ରମିକ େ‘ରିବା ନିମନ୍ତେ ପଜ୍ଞିକରଣ କରିଛନ୍ତି । ଜିଲ୍ଲାରେ ଥିବା ୮ଟି ବ୍ଲକ ଓ ୪ଟି ପୈାର ସଂସ୍ଥାକୁ ମୋଟ ୨୬୮୫୮ ଜଣ ବ୍ୟକ୍ତି େ‘ରିବେ ବୋଲି ଜଣାପଡିଥିଲା । କିନ୍ତୁ ଏହି ପଞ୍ଜିକରଣ ଠାରୁ ବହୁ ଅଧିକ ବ୍ୟକ୍ତି ଆସୁ ଥିବାରୁ ସରକାରଙ୍କ ସମସ୍ତ ଯୋଜନା ଭଣ୍ଡୁର ହୋଇଯାଉଛି । ଭୁବନ ବ୍ଲକକୁ ଓ ଭୁବନ ଏନ.ଏ.ସିକୁ ୩୦୦୦ ହଜାରରୁ ଅଧରକ ବ୍ୟକ୍ତି ଆସିବାକୁ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୫୦୦ ବ୍ୟକ୍ତି ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବରରେ ରହୁଛନ୍ତି । ମଙ୍ଗଳବାର ସୁଦ୍ଧା ୪ର୍ଥ ପର୍ଯ୍ୟାୟରେ ୭୯ଜଣଙ୍କ ସ୍ୱାବ ଟେଷ୍ଠକୁ ମିଶାଇ ମୋଟ ୩୭୪ ଜଣ ଙ୍କ ନମୁନା ସଂଗ୍ରହ ହୋଇଛି । ୪ର୍ଥ ଥର ମୋଟ ୨୦ଟି ସଙ୍ଗରୋଧ କେନ୍ଦ୍ରରୁ ୭୯ ଜଣଙ୍କର ନମୁନା ନିଆଯାଇଛି । ହେଲେ ଗତ ୧୫ ତାରିଖରୁ ବାଙ୍ଗାଲୋର , କଳିକତା , ଆନ୍ଧ୍ରପ୍ରଦେଶ , ଛତିଶଗଡ ରୁ ଆସି ସୁରପ୍ରତାପୁର ଗ୍ରାମ ପଚାଂୟତର ବମୁଆଟିପିଲେଇ ଭିଦ୍ୟାଳୟ ପରିସରରେ ରହୁଥିବା ପ୍ରବାସୀଙ୍କର ସ୍ୱାବପରୀକ୍ଷା ହେବା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିଲେ ବି ଆଜି ଶେଷ ସମୟରେ ବାତିଲ ହୋଇଥିଲା । ‘ଳରେ ସଙ୍ଗରୋଧରେ ଥିବା ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଆଉ ଦୁଇ ଦିନ ପରେ ସେମାନଙ୍କୁ ସଙ୍ଗରୋଧକେନ୍ଦ୍ରୁ ବିଦାୟ ଦିଆଯିବ । କଣ ବିନା ପରୀକ୍ଷାରେ ବୋଲି ସଙ୍ଗରୋଧ କେନ୍ଦ୍ରରେ ଥରବା ଅନ୍ତେବାସୀ ମାନେ ଆଶାଙ୍କ ପ୍ରକାଶ କରିଛନ୍ତି । ଆଉ ମଧ୍ୟ ଦୁଇ ତିନି ଦିନ ପୂବେ ଆସିଥିବା ପ୍ରବାସୀଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ଅ ବ୍ଲକ ପ୍ରଶାସନର ଅପାରଗ ପଣିଆ ଯୋଗୁ ଆମେ ଏଥିରୁ ବଂଚିତ ହେଲୁବୋଲି ଅଭିଯୋଗ କରନ୍ତି ।

Leave A Reply

Your email address will not be published.