କ୍ୱାରେଂଟାଇନ ପରେ ଘରକୁ ଫେରିଲେ ୪୫ ପ୍ରବାସୀ

0 72

ଢେଙ୍କାନାଳ, ଡୁମାଣୀଖବର : ହିନ୍ଦୋଳ ସବ୍ଡିଭିଜନ ଜରଡା ପଂଚାୟତର ନବପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା କ୍ୱାରେଂଟାଇନ ସେଂଟରରେ ଚଳିତ ମାସ ୪ ତାରିଖରେ ୩୪ଜଣ ପ୍ରବାସୀ ନାମ ପଂଜିକରଣ କରି ରହିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ୨୧ଦିନ କ୍ୱାରେଂଟାଇନରେ ରହିବା ପରେ ୨୫ ଓ ୨୬ ତାରିଖରେ ଘରକୁ ଫେରିଥିବା ଜଣାପଡିଛି । ଯିବା ସମୟରେ ସରକାରଙ୍କ ପକ୍ଷରୁ ପ୍ରବାସୀମାନଙ୍କୁ ୨ହଜାର ଟଙ୍କା ଦେବାର ଘୋଷଣା ଅନୁଯାୟୀ ପ୍ରତ୍ୟେକଙ୍କ ଆକାଉଂଟ ନମ୍ବର ରଖାଯାଇଛି । ଏହି ଟଙ୍କା ଆକାଉଂଟରେ ପଠାଯିବ ବୋଲି ସରପଂଚ ସ୍ନେହଦାୟିନୀ ପୃଷ୍ଟି ସୂଚନା ଦେଇଛନ୍ତି । ସରପଂଚ ଶ୍ରୀମତୀ ପୃଷ୍ଟିଙ୍କ ସହିତ ନିର୍ବାହୀ ଅଧିକାରୀ ଭଜମନ ସାହୁ,ଜିଆରଏସ ଅଜୟ କୁମାର ସାହୁ,ନୋଡାଲ ଶିକ୍ଷକ ଜୟନ୍ତ ସର, ସ୍ୱେଚ୍ଛାସେବୀ ମଳୟ ସାହୁ, ଦେବରାଜ ପତି,ରମେଶ ଗୁରୁ,ଜଗବନ୍ଧୁ ବିଶ୍ୱାଳ,ପ୍ରକାଶ ଦେହୁରୀ ପ୍ରମୂଖ ଏହି କ୍ୱାରେଂଟାଇନ ସେଂଟର ପରିଚାଳନା ଦାୟିତ୍ୱରେ ଥିବା ବେଳେ ଆଶାକର୍ମୀ,ଅଙ୍ଗନୱାଡି କର୍ମୀ,ଶିକ୍ଷକ, ହେଲପର୍,ସୁଇପର ଆଦି ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଏହି କ୍ୱାରେଂଟାଇନ ସେଂଟରରେ ମୋଟ ୭୬ଜଣ ପ୍ରବାସୀ ଥିବା ବେଳେ ୨୫ ତାରିଖରେ ୩୪ଜଣ ଓ ୨୬ ତାରିଖରେ ୧୧ ଜଣ ପ୍ରବାସୀ ଘରକୁ ଫେରିଥିବା ବେଳେ ନୂତନ ଭାବେ ଆଉ ୯ଜଣ ପ୍ରବାସୀ କ୍ୱାରେଂଟାଇନ ହଲରେ ପଂଜିକରଣ କରି ରହିଛନ୍ତି ବୋଲି ସରପଂଚ ଶ୍ରୀମତୀ ପୃଷ୍ଟି ସୂଚନା ଦେଇଛନ୍ତି । ଆଜି ଏହି ୪୫ଜଣ ପ୍ରବାସୀଙ୍କ ବିଦାୟ ବେଳେ ଜିଲ୍ଲା ପରିଷଦ ସଭ୍ୟା ରୀତାରାଣୀ ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.