କାଲିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍

0 107

ଭୁବନେଶ୍ୱର, ଡୁମାଣୀଖବର : ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍ୟ ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି । ପ୍ରଥମ ଦଫାରେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ । ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି । ସୂଚନାଥାଉ କି, ୨୫ ତାରିଖରୁ ରାଜ୍ୟ ଭିତରେ ଘରୋଇ ବସ୍ ଓ ଟ୍ୟାକ୍ସି ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ହେଲେ ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ କହିଥିଲେ । ବସରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯାତ୍ରା କରିବେ । ବସରେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ ନାହିଁ ବୋଲି ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଥିଲେ । ଅନ୍ୟପକ୍ଷେ ସରକାରଙ୍କ ସହ ବୈଠକ ହେବା ପରେ ବସ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ଆଜି ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯିବା ପରେ କାଲିଠୁ ଘରୋଇ ବସ୍ ଚଳାଚଳ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.