ପ୍ରବାସୀ ଶ୍ରମିକ ଚିନ୍ତା, ସୁପ୍ରିମ୍କୋର୍ଟ କ୍ଷୁବ୍ଧ

0 76

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ·ଲିଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏହାକୁ ନେଇ ସୁପ୍ରିମ୍କୋର୍ଟ କହିଛନ୍ତି କି ପରିସ୍ଥିିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇ ନାହାନ୍ତି । ଏହି ମାମଲାରେ ସରକାରମାନଙ୍କଠାରୁ ଦୁଇ ଦିନ ଭିତରେ ଜବାବ ମାଗିଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ କୁ ତାରିଖ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ ଅଶୋକ ଭୂଷଣ, ସଂଜୟ କିସାନ କେଲ ଓ ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଆଡ଼ୁ ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏହା ଯଥେଷ୍ଟ ନଥିଲା । ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇ ଆସୁଛି । ଦୀର୍ଘ ବାଟ ପାଦରେ ·ଲି·ଲି ଓ ସାଇକଲରେ ଯାଉଥିବା ଭଳି ଖବର ନିୟମିତ ଭାବେ ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏହା ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ସୂ·ଉଥିବାରୁ ଆମେ ନିଜ ଆଡ଼ୁ ଏହି ମାମଲାକୁ ବି·ର ପାଇଁ ଗ୍ରହଣ କରିଛୁ ବୋଲି ଖଣ୍ଡପୀଠ କହିଛନ୍ତି । ସଂକଟ ବେଳେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ଦେବାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉଚିତ ପଦକ୍ଷେପ ନେଇ ପାରିନ୍ତାହାନ୍ତି । ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ପ୍ରବାସୀ ଶ୍ରମିକମାନେ ଯେଉଁଠି ଅଟକି ରହିଛନ୍ତି କିମ୍ବା ଘରକୁ ·ଲି·ଲି, ସାଇକଲ କିମ୍ବା ଅନ୍ୟ ମାଧ୍ୟମରେ ଯିବା ସମୟରେ ରାସ୍ତାରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉନାହିଁ । ସେମାନଙ୍କୁ ସରକାର ମାଗଣାରେ ଖାଇବା, ରହିବା ଓ ଯାତ୍ରା ସୁବିଧା ଯୋଗାଇବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ମାର୍ଚ୍ଚ ୨୫ ତାରିଖରୁ ଦେଶରେ ଲକ୍ଡାଉନ୍ କାର୍ଯ୍ୟକାରୀ ହେଉଛି । ଏହି ସମୟରେ ଦେଶରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗିବା ସହିତ ବସ, ଟ୍ରେନ୍ ଓ ବିମାନ ଆଦି ସେବା ଦୀର୍ଘଦିନ ଧରି ବନ୍ଦ ରହିବା ଫଳରେ ପ୍ରବାସୀ ଶ୍ରମିକମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି । କଳ କାରଖାନା ଓ ନିର୍ମାଣ କାର୍ଯ୍ୟ ବନ୍ଦ ହେବା କାରଣରୁ ସେମାନଙ୍କ ଜୀବିକା ·ଲିଯାଇଛି । ଏଥିସହିତ ରାସ୍ତାରେ ·ଲି·ଲି ଦୀର୍ଘ ପଥ ·ଲି·ଲି, ସାଇକଲ କିମ୍ବା ମାଲବୁହା ଗାଡ଼ି କିମ୍ବା ରେଳ ଧାରଣାରେ ·ଲି·ଲି ଘରକୁ ଫେରୁଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିପାଇଁ ପ୍ରତିଦିନ ଦୁର୍ଘଟଣାମାନ ଘଟି ମଧ୍ୟ ସେମାନଙ୍କ ଧନଜୀବନ ହାନି ହେଉଛି । କିଛିଦିନ ତଳେ ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ରେଳ ଧାରଣାରେ ପ୍ରବାସୀ ଶ୍ରମିକ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରେନ ଚଢ଼ିଯିବାରୁ ୧୬ ଜଣଙ୍କର ଜୀବନ ·ଲିଯାଇଥିଲା ।

Leave A Reply

Your email address will not be published.