ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଜିନ୍ପିଙ୍ଗ୍

0 75

ବେଜିଂ: କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍ ସହିତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ ଖରାପ ହୋଇଛି । ଲଦାଖରେ ଏବେ ଭାରତ ସହିତ ଚୀନ୍ ସେନା ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ହଂକଂରେ ମଧ୍ୟ ଚୀନ୍ ବିରୋଧୀ ସ୍ୱର ଦେଖାଦେଇଛି । ଏଥିସହିତ ତାଇୱାନକୁ ନିଜ ଅଧୀନକୁ ପୁଣି ଆଣିବା ଲାଗି ହେଉଥିବା ଚୀନରେ ରାଜନେତା ଓ କୂଟନୀତିଜ୍ଞମାନେ ମତ ଦେଉଛନ୍ତି । ଏଭଳି ପରିସ୍ଥିତିରେ ଚୀନ୍ ରାଷ୍ଟ୍ରପତି ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଧମକ ଭାରତ ସମେତ ବିଶ୍ୱର ଅନ୍ୟ ଦେଶର ଚିନ୍ତା ବଢ଼ାଇ ଦେଇଛି । ଚୀନ୍ ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଚୀନର ସରକାରୀ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ତାଇୱାନକୁ ନିଜ ଅକ୍ତିଆରକୁ ଆଣିବା ଚୀନର ପରବର୍ତ୍ତୀ ଅଭିଯାନ ବୋଲି କୁହାଯାଉଛି । ଏଥିପାଇଁ ଚୀନ୍ ସାମରିକ ଉଦ୍ୟମ ଚଳାଇଛି । ଲାୟନିଂ ଓ ସାନଡଙ୍ଗ୍ ନାମକ ଏହି ଦୁଇଟି ଯୁଦ୍ଧ ପୋତ ଏବେ ବୋହାଇ ସାଗରରେ ରହିଥିବା ଏକ ସୂତ୍ରରୁ ଜଣାଯାଇଛି । ଉଲ୍ଲେଖଯୋଗ୍ୟ, ଦୁଇଦିନ ପୂର୍ବେ ଚୀନର ବିରଷ୍ଠ କୂଟନୀତିଜ୍ଞ ୱାଙ୍ଗ ୟି ଆମେରିକାର କେତେକ ରାଜନେତାଙ୍କୁ ଦୃଢ଼ ସମାଲୋଚନା କରିଥିଲେ । କୋଭିଡ-୧୯ ମହାମାରୀ ପାଇଁ ଚୀନ୍କୁ ଟାର୍ଗେଟ୍ କରାଯାଇ ଗୁଜବ ପ୍ର·ର କରାଯାଉଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଚୀନ ସହିତ ଆମେରିକା ଏହାର ସମ୍ପର୍କକୁ ନୂଆ ଶୀତଳ ଯୁଦ୍ଧର ଦ୍ୱାରଦେଶକୁ ଠେଲି ନେଉଛି ବୋଲି ସେ କହିଥିଲେ । କରୋନା ସଂକ୍ରମଣ ବ୍ୟାପିବା ପାଇଁ ଚୀନ୍କୁ ଦାୟୀ କରାଯାଇ ଗୁଜବ ପ୍ର·ର କରାଯାଉଥିବାରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଅନ୍ୟପକ୍ଷରେ ଭାରତ ସହିତ ଚୀନର ୩୪୮୮ କିମି ଦୀର୍ଘ ସୀମା ରହିଛି । ଗତ କିଛିଦିନ ହେଲା ଲଦାଖରେ ଦୁଇ ଦେଶର ସେନା ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି । ତେଣୁ ଭାରତ ସହିତ ଉତ୍ତେଜନା ବଢ଼ିଯାଇଛି । ଉଭୟ ଦେଶ ସୀମାର ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଅଧିକ ସେନ୍ୟ ଠୁଳ କରିବା ଆରମ୍ଭ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ଚୀନ ରାଷ୍ଟ୍ରପତିଙ୍କ ଯୁଦ୍ଧ ପାଇଁ ପ୍ରସ୍ତୁତି ରହିବାକୁ ପିପୁଲ୍ସ ଲିବରେସନ ଆର୍ମିକୁ ପରାମର୍ଶ ଦେବା ପରେ ବିଶ୍ୱରେ ଚିନ୍ତା ବଢ଼ିଯାଇଛି ।

Leave A Reply

Your email address will not be published.