ଜଳୁଛି ଜଙ୍ଗଲ

0 69

ଡେରାଡୁନ: ଗତ ୪ ଦିନ ହେଲା ଉତ୍ତରାଖଣ୍ଡ ଜଙ୍ଗଲର ଭିନ୍ନ ଭିନ୍ନ ଅଞ୍ଚଳରେ ନିଆଁ ଲାଗିବା ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି । ଲୋକେ ଜଙ୍ଗଲ ଜଳୁଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଗିରିରାଜ ହିମାଳୟକୁ ରକ୍ଷା କରିବା ପାଇଁ ନିବେଦନ କରୁଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ପଶୁପକ୍ଷୀ ନିଜ ଜୀବନ ବଢ଼ାଇ ଏଣେତେଣେ ପଳାୟନ କରୁଛନ୍ତି । ଏପରିକି ଜନବସତି ଅଞ୍ଚଳକୁ ମଧ୍ୟ ପଶି ଆସୁଛନ୍ତି । ମିଳିଥିବା ସୂଚନା ଅନୁସାର ଏବେ ରାଜ୍ୟର ୪୬ଟି ଜଙ୍ଗଲରେ ନିଆଁ ଲାଗିଛି । ଫଳରେ ୫୧.୩୪ ହେକ୍ଟର ଜଙ୍ଗଲ ଜମି ଜଳିପୋଡି ଛାରଖାର ହେବାରେ ଲାଗିଛି । ଏଥିରୁ କୁମାୟୁଁ କ୍ଷେତ୍ରର ୨୧ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏହା ରାଜ୍ୟର ସବୁଠାରୁ ବଡ ବନାଞ୍ଚଳ । ଏହା ପଛକୁ ଗଡବାଲ ଥିବା ବେଳେ ଏଠାରେ ୧୬ଟି ଜଙ୍ଗଲ ଜଳୁଥିବାର ରାଜ୍ୟ ବନ ବିଭାଗ ସୂଚନାରୁ ଜଣାପଡିଛି । ଏହା ବ୍ୟତୀତ ଆଲମୋଡା, ବାଗେଶ୍ୱର, ନନିତାଲ, ପୌଢୀ, ·ମୋଲୀ, ପିଥୋରାଗଡ ଓ ଡୋରାଡୁନ ଆଦି ୯ଟି ବନ ଖଣ୍ଡର ଜଙ୍ଗଲ ମଧ୍ୟ ଏବେ ଜଳୁଛି । ଜଙ୍ଗଲପୋଡି ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଡି ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.