ମୋତେ କରୋନା ହେବାର ଗୁଜବ ଖୁବ୍ କଷ୍ଟ ଦେଇଛି : ମନ୍ଦାନା

0 81

ନୂଆଦିଲ୍ଲୀ : ବିଗ୍ ବସ୍ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ମନ୍ଦାନା କରିମି ସଂକ୍ରମିତ ବୋଲି ଖବର ଆସିଥିଲା । କିନ୍ତୁ ଏହା ଉପରେ ଖୋଦ୍ ମନ୍ଦାନା ସଫେଇ ଦେଇଛନ୍ତି । ଏଭଳି ମିଥ୍ୟା ଖବର ପ୍ରଚାର ଓ ପ୍ରସାରକୁ ନେଇ ମନ୍ଦାନା ନାରାଜବ୍ୟକ୍ତ କରିଛନ୍ତି । ବଲିଉଡ୍ ଲାଇଫ୍ର ଖବର ଅନୁଯାୟୀ ମନ୍ଦାନା କରିମି ଲାଇଭ୍ ଚାଟ୍ ଭିଡିଓ ଜରିଆରେ କହିଛନ୍ତି କି ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ଘରେ ସଫା କରୁଥିବା ସମୟରେ ମୋ ଆଖିରେ ଇନ୍ଫେକ୍ସନ୍ ହୋଇଥିଲା । ମୋ ହାତରେ କେମିକାଲ୍ ଲାଗିଥିଲା ଓ ଭୁଲ୍ବଶତଃ ତାହାକୁ ମୁଁ ମୋ ଆଖିରେ ଛୁଇଁ ଦେଇଥିଲି । ଏହାପରେ ମୋ ଆଖିରେ ଯନ୍ତ୍ରଣା ହେବା ସହ ଖୁବ୍ ମୁସ୍କିଲ୍ର ସାମ୍ନା କରିଥିଲି । ମନ୍ଦାନା କରିମି ପ୍ରଶଂସକଙ୍କୁ କହିଛନ୍ତି କି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । କାରଣ ଆପଣ ମୋ ବିଷୟରେ ଚିନ୍ତା କରୁଛନ୍ତି । ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ଏବେ ସଂପୂର୍ଣ୍ଣ ଠିକ୍ଠାକ୍ ଅଛି । କିନ୍ତୁ କିଛି ଲୋକେ ପ୍ରକୃତ ଘଟଣା ନଜାଣି ମୋତେ କରୋନା ହୋଇଛି ବୋଲି ଗୁଜବ ପ୍ରଚାରିତ କଲେ ଯାହାକି ମୋତେ କଷ୍ଟ ଦେଇଛି ।

Leave A Reply

Your email address will not be published.