‘ନଟ୍ଖଟ୍’ରେ ବିଦ୍ୟାଙ୍କ ଦେଶୀ ଲୁକ୍

0 87

ବିଦ୍ୟା ବାଲାନ୍ ଆକ୍ଟିଂ ଫିଲ୍ମରେ ନିଜର ଜଲୱା ଜାରି ରଖିଥିବାବେଳେ ଏବେ ସେ ଅଭିନେତ୍ରୀରୁ ପ୍ରଯୋଜକ ହୋଇଛନ୍ତି । ବିଦ୍ୟା ନିଜର ପ୍ରଥମ ସର୍ଟଫିଲ୍ମ ‘ନଟଖଟ୍’ ଲୁକ୍ର ପୋଷ୍ଟର ସେୟାର କରିଛନ୍ତି । ‘ନଟ୍ଖଟ’ ପୋଷ୍ଟରରେ ବିଦ୍ୟା ବାଲାନ୍ଙ୍କ ଦେଶୀ ଲୁକ୍ ନଜର ଆସିଛି । ସେ ଏକ ଶିଶୁର ମୁଣ୍ଡକୁ ମାଲିସ୍ କରୁଛନ୍ତି । ଫଟୋରେ ବିଦ୍ୟାଙ୍କ ଧ୍ୟାନ ଅନ୍ୟ କେଉଁଠି ରହିଛି । ଏହି ସର୍ଟ ଫିଲ୍ମକୁ ଶାନ୍ ବ୍ୟାସ୍ ନିର୍ଦ୍ଦେଶନା ଦେଇଛନ୍ତି । ଆଉ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରୋନୀ ସ୍କ୍ରୁବାଲା ଓ ବିଦ୍ୟା ବାଲାନ୍ । ସୋସିଆଲ୍ ମିଡିଆରେ ପ୍ରଶଂସକମାନେ ଏହାର ଟିଜରକୁ ଅପେକ୍ଷା କରି ରହିଛନ୍ତି । ସିଲ୍ଭର ସ୍କ୍ରିନ୍ରେ ବିଦ୍ୟା ଶେଷଥର ପାଇଁ ‘ମିଶନ ମଙ୍ଗଲ’ରେ ନଜର ଆସିଥିଲେ । ସେଥିରେ ସେ ତାରା ସିନ୍ଦେଙ୍କ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ । ତେବେ ଆଗକୁ ବିଦ୍ୟାଙ୍କ ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ ଆସିବାର ଅଛି । ଲକ୍ଡାଉନ୍ ଯୋଗୁଁ ଏହାକୁ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ କରିବାର ଯୋଜନା ରଖାଯାଇଛି ।

Leave A Reply

Your email address will not be published.