କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ପ୍ରବାସୀଙ୍କ ଆନ୍ଦୋଳନ

0 78

ବୈାଦ୍ଧ: ବୈାଦ୍ଧଜିଲ୍ଲା ବହିରା କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଅସେ”ାଷ ଦେଖାଦେଇଛି । ଅବ୍ୟବସ୍ଥାକୁ ନେଇ ଆଜି ପ୍ରବାସୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ବାଉଁଶୁଣୀ ପୋଲିସ କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଅନ୍ଦୋଳନ ପ୍ରତ୍ୟାହ କରାଯାଇଥିଲା । ମିଳିଥିବା ସୁଚନା ଅନୁଯାଇ, ଜିଲ୍ଲାର ବହିରା ପଞ୍ଚାୟତ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସିଅଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ କୋଭିଡ ପାଇଁ ବହିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି । ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରାୟ ୫୪ ଜଣ ପ୍ରବାସୀ ରହୁଛ”ି । ହେଲେ ପ୍ରତିଦିନ ପ୍ରବାସୀମାନଙ୍କୁ ଗୋଟିଏ ପ୍ରକାର ଖାଦ୍ୟ ଦିଆଯାଉଛି । ଏଥିସହିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉନାହିଁ । ପାଇଖାନ ଠିକ ଭାବରେ ସଫା କରାଯାଉନଥିବା ବେଳେ ପାନିୟ ଜଳ ସମସ୍ୟା ସହିତ ପଙ୍ଖା ଗୁଡିକ ଠିକ ଭାବରେ ବୁଲୁ ନାହିଁ । ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଠିକ ଭାବରେ ପଙ୍ଖା ନ ବୁଲିବା ଯୋଗୁଁ ପ୍ରବାସୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛ”ି । ଏହାର ସମାଧାନ ଦାବି କରି ପ୍ରବାସୀମାନେ ଆନ୍ଦୋଳନ ଚଳାଇଥିଲେ । ପୋଲିସ ପ୍ରବାସୀମାନଙ୍କ ସହିତ ଆଲୋଚନା ସମୟରେ ଏହି ସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିବା ଜଣାପଡିଛି ।

Leave A Reply

Your email address will not be published.