ଆଜିଠୁ ଗଡ଼ିଲା ଘରୋଇ ବସ୍

0 66

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍ । ବସରେ ମାତ୍ର ୧୫ ଜଣ ଯାତ୍ରୀ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି । ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ଆଉ ୨ଟି ବସ୍ ଯାତ୍ରା ଆରମ୍ଭ କରିଛି । ଭଦ୍ରକ ବସ୍ଷ୍ଟାଣ୍ଡ୍ରୁ ମଧ୍ୟ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା ମିଳିଛି । ଯାତ୍ରା ଆରମ୍ଭ ପୂର୍ବରୁ ବସକୁ ଭଲ ଭାବରେ ସାନିଟାଇଜ୍ କରାଯାଇଥିଲା । ସେହିପରି ବସ୍ କର୍ମ·ରୀ ଓ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପକ୍ଷେ, କଟକ ବାଦାମବାଡି ବସଷ୍ଟାଣ୍ଡରେ ଯାତ୍ରୀ ପହଞ୍ôଚଥିବାବେଳେ କିନ୍ତୁ ବସ୍ ଗୋଟିଏ ବି ପ୍ରସ୍ତୁତ ନଥିଲା । କିଛି ଯାତ୍ରୀ ରାଉରକେଲା ଓ ସମ୍ବଲପୁରକୁ ଯିବାକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଗୋଟିଏ ବି ବସ୍ ନ ଥିଲା । ସେହିପରି ବାଲେଶ୍ୱରରୁ ମଧ୍ୟ ବସ୍ ଗଡ଼ି ନ ଥିବା ସୂଚନା ମିଳିଛି । ବସ୍ ପ୍ରସ୍ତୁତ ଥିଲେ ମଧ୍ୟ ଯାତ୍ରୀ ଅଭାବରୁ ବସ୍ ଗଡ଼ି ନାହିଁ । ଯଥେଷ୍ଟ ଯାତ୍ରୀ ନ ଥିବାରୁ ବସ୍ ଏଯାଏ ·ଲି ନ ଥିବା ଜଣାପଡ଼ିଛି । କୋରାପୁଟ ଜୟପୁରରେ ମଧ୍ୟ ଆଜି ବସ୍ ଚଳାଚଳ କରିନାହିଁ । ଗାଡ଼ି ମରାମତି ଏବଂ ବସ୍ କର୍ମ·ରୀ ନ ଥିବାରୁ ବସ୍ ଚଳାଚଳ ହୋଇନଥିବା ସୂଚନା ମିଳିଛି । ଜୁନ୍ ପହିଲା ଜୟପୁରରୁ ବସ୍ ·ଲିବ ବୋଲି ଜୟପୁର ଘରୋଇ ବସ୍ ମାଲିକ ସଂଘ କହିଛି । ସୂଚନା ଥାଉ କି, ଲକଡାଉନ୍ ପାଇଁ ବନ୍ଦ ରହିଥିବା ବସ୍ ଚଳାଚଳ ଆଜିଠୁ ଆରମ୍ଭ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ଦଫାରେ ୫୦ ପ୍ରତିଶତ ବସ୍ ·ଲିବା ନେଇ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.