ପଥର ଫଟାକୁ ନେଇ ଦେଉଳି ପଞ୍ଚାୟତବାସୀ ଅତିଷ୍ଠ

0 71

ଖୋର୍ଦ୍ଧା, ଡୁମାଣୀଖବର : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଧିନରେ ଥିବା ପରିଛଳ ମୌଜା ଜାମୁସାହି ଠାରେ ନିମ୍ବମୁଣ୍ଡିଆକୁ ବେଗୁନିଆ ତହସିଲଦାର ବିନା ନିଲାମରେ ଏପିଏଲ କମ୍ପାନୀକୁ ତିନି ମାସ ପାଇଁ ଅସ୍ଥାୟୀ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ନିୟମକୁ ବେଖାତିର କରି ଇଓଚଋଖ କମ୍ପାନୀ ଏହାକୁ ତିନି ମାସରୁ ଉର୍ଦ୍ଦ ସମୟ ଚଲାଇଆସୁଅଛି । ହଜାର ହଜାର ଟନ କଳାମୁଗୁନି ପଥର ଉତୋଳନ କରୁଥିବାବେଳେ ପ୍ରଶାସନ ପାଖରେ କୌଣସି ସଠିକ ଖବର ନାହିଁ । ଆଜି ଆମ୍ଭେ ପହଁଚି ଥିଲୁ ଉପଜିଲ୍ଲାପାଳଙ୍କ ନିକଟରେ । ଉପଜିଲ୍ଳାପାଳଙ୍କୁ ପଚାରିବାରୁ ଜାଣିବାରୁ ପାଇଲୁ ସେଠାରେ ବ୍ଳାଷ୍ଟିଂ ପାଇଁ ବ୍ୟବହାର ହେଉଥିବା ୱାଗନ ବ୍ଳାଷ୍ଟ ତଥା ହାବେଳି ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ଏହା ତହସିଲଦାରଙ୍କୁ ପଚାରିଲେ ସେ ଠିକ୍ ଭାବରେ କହିିପାରିବେ । ମାତ୍ର ତହସିଲଦାରଙ୍କୁ ପଚାରିବାରେ ତହସିଲଦାର କୌଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ତିନି ମାସ ପାଇଁ କାର୍ଯ୍ୟ କରିବା ପାଇଁ ଦିଆଯାଇଥିଲେ ମଧ୍ୟ ଏହା ତିନି ମାସରୁ ଅଧିକ ଦିନ କାର୍ଯ୍ୟ ଚାଲୁରହିଛି । କେତେ କ୍ୱିଭିକ୍ ମିଟର ପଥର ଉତୋଳନ ପାଇଁ ନିର୍ଦ୍ଦେଶ ଅଛି ବୋଲି ପଚାରିବାରୁ ତହସିଲଦାର ଏହି କଥା ମଧ୍ୟ ନିର୍ଦ୍ଧିଷ୍ଟ ଭାବରେ କହିପାରିନଥିଲେ । ୱାଗନ ବ୍ଳାଷ୍ଟ (ହାବେଳି) ଦ୍ୱାରା ଫୁଟାଇବା ପାଇଁ ନିର୍ଦ୍ଦେଶ ଅଛି ବୋଲି ପଚାରିବାରୁ ଏଥିରେ ମଧ୍ୟ ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଏହିସବୁ ବାବଦରେ ବୁଝିବା ପରେ ଜଣାଇବା ପାଇଁ ତହସିଲଦାର ନିଜ ମୁହଁରେ ସ୍ୱୀକାର କରିଥିଲେ । କିନ୍ତୁ ସ୍ଥାନୀୟ ଜାମୁସାହି, ଦଲକ, ପରିଛଳ ଓ ଦେଉଳି ଲୋକମାନଙ୍କ କହିବା କଥା ହେଲା ସେଠାରେ ଥିବା ନିମ୍ବ ମୁଣ୍ଡିଆରେ ଯେଉଁଭଳି ଭାବେ ବ୍ଳାଷ୍ଟିଂ କରାଯାଉଅଛି, ସେଥିରେ ସମଗ୍ର ଗ୍ରାମବାସୀ ଅତିଷ୍ଠ । ବ୍ଳାଷ୍ଟିଂ କରିବାରେ କୌଣସି ସମୟସୀମା ରହୁନଥିବାବେଳେ ପଥର ଖଣ୍ଡ ଗୁଡିକ ଜମି ବାଡିରେ ପଡି କ୍ଷତରେ ଫସଲ ନଷ୍ଟ ହେଉଥିବାବେଳେ ଗୋରୁ ଗାଈ ଓ ଛେଳି ଚରାଇବାକୁ ଯାଇଥିବା ଲୋକଙ୍କ ଦେହାରେ ଏହି ପଥରଖଣ୍ଡ ଅତର୍କିତ ଭାବେ ବାଜି ଅକାଳେ ମୃତ୍ୟୁବରଣ କରିବା ସହିତ ମୃଦ୍ୟୁ ଭୂମିକମ୍ପ ସୃ୍ଷ୍ଟି ହେଉଥିବା ଏବଂ ଘରର କାନ୍ଥବାଡ ଫାଟିଯାଉଥିବାରୁ ଲୋକମାନେ ସେଠାରେ ଭୟଭିତ ଅବସ୍ଥାରେ ରହିଛନ୍ତି । ତେଣୁ ପ୍ରଶାସନ ଏହାକୁ ନଜରରେ ରଖି ଏହି ବ୍ଳାଷ୍ଟିଂକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଅଡି ବସିଛନ୍ତି ।

Leave A Reply

Your email address will not be published.