କାଳବୈଶାଖି: କାନ୍ଥ ପଡି ନାବାଳିକା ମୃତ

0 85

ରାଜଗାଙ୍ଗପୁର, ଡୁମାଣୀଖବର : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଘରର କାନ୍ଥ ଭୁଶୁଡି ପଡ଼ିବାରୁ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ରାଜଗାଙ୍ଗପୁରରେ ଗତକାଲି ସଂଧ୍ୟାରେ ହୋଇଥିବା ଝଡ଼ ତୋଫାନରେ ଜାମପାଲି ବାଇପାସ ନିକଟରେ ଥିବା ଏକ ଘରର କାନ୍ଥ ପଡ଼ିଯିବାରୁ ନାବାଳିକାଙ୍କର ମୃତ୍ୟୁ ଘଟିଛି । ଉକ୍ତ ନାବାଳିକାଙ୍କ ନାମ ଅମିଶା ସୁରିନ । ତାଙ୍କର ବୟସ ୧୦ ବର୍ଷ ଏବଂ ସେ ସେଥ ସୁରିନଙ୍କ ଝିଅ ବୋଲି ଜଣାଯାଇଛି । କୁହାଯାଉଛି ଯେ ଝଡ଼ ତୋଫାନ ହେବା ସମୟରେ ଘରର କାନ୍ଥ ଭୁଶୁଡି ଥିବାର ଦେଖି ବାପା, ମା’ ଘର ବାହାରକୁ ·ଲି ଆସିଥିଲେ ହେଲେ ଝିଅଟି ଘର ଭିତରେ ରହିଯାଇଥିଲା । ତାକୁ ଉଦ୍ଧାର କରିବାକୁ ଚେଷ୍ଟାକରିବା ବେଳକୁ ଅମିଶା ସୁରିନର ପ୍ରାଣବାୟୁ ଉଡ଼ିଯାଇଥିଲା । ଗତକାଲି ରାଜଗାଙ୍ଗପୁରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଏହାଫଳରେ ୨ଟି ଟ୍ୟାଙ୍କର ଓଲଟି ପଡ଼ିଥିଲା । ଖାଲି ସେତିକି ନୁହେଁ, ଏଠାରେ ପ୍ରବଳ କୁଅ ।ପଥର ମାଡ଼ ବି ହୋଇଥିଲା । ଏଥିଲାଗି ସେହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.