ହାଇଦ୍ରାବାଦରୁ ଘରକୁ ଫେରୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ

0 72

ସୋର, ଡୁମାଣୀଖବର : ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ନିଜ ଘରକୁ ·ଲି ·ଲି ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ବରଫକଳ ଛକ ନିକଟରେ ଏହି ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ହାୟର ମହମ୍ମଦ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ଜଣାପଡ଼ିନାହିଁ । କିନ୍ତୁ ଗତକାଲି ପ୍ରବଳ ବର୍ଷା ହେତୁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ସେ ଗତକାଲି ରାତିରେ ଜାତୀୟ ରାଜପଥ କଡ଼ରେ ଶୋଇଥିଲେ । ହେଲେ ଆଜି ସକାଳେ ତାଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି । ପୁଲିସ ମୃତଦେହକୁ ଜବତ କରି ସୋର ମେଡିକାଲକୁ ପଠାଇଛି । ହାୟର ମହମ୍ମଦ ଓ ତାଙ୍କ ପୁତୁରା ହାଇଦ୍ରାବାଦରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ତାଲାବନ୍ଦ ଯୋଗୁଁ ଦାଦା ପୁତୁରା ହାଇଦ୍ରାବାଦରୁ ·ଲି ·ଲି ପଶ୍ଚମବଙ୍ଗ ବାହାରିଥିଲେ । ହାୟରଙ୍କ ଘର ପଶ୍ଚିମବଙ୍ଗର ପଶ୍ଚିମପଡ଼ାରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.