ରାଜଧାନୀରେ ନବ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

0 110

ଭୁବନେଶ୍ୱର : ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ନବ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର । ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ଘଟଣାର ଛାନଭିନ ଚଳାଇଛି । ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜ ଥାନା କେଉଟ ସାହିରେ ଘଟିଛି । ଉଭୟ ଦମ୍ପତି ୩ ମାସ ତଳେ ବିବାହ କରିଥିଲେ । ସ୍ୱାମୀ ଖବର କାଗଜ ହକର ଥିଲେ । ସୂଚନାମନୁସାରେ, ଆଜି ଲିଙ୍ଗରାଜ ଥାନା ପୋଲିସ କେଉଟ ସାହି ଅଞ୍ଚଳରୁ ନବ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର କରିଛି । ଏକ ଘର ଭିତରୁ ଦୁଇଟି ମୃତ ଦେହ ପୋଲିସ ଉଦ୍ଧାର କରିଛି । ସ୍ୱାମୀଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ସ୍ତ୍ରୀର ମୃତ ଦେହ ବେଡ ତଳୁ ପୋଲିସ ଉଦ୍ଧାର କରିଛି । ତେବେ ଉଭୟ ୩ ମାସ ତଳେ ବିବାହ କରିଥିଲେ । ସ୍ୱାମୀ ଜଣେ ଖବର କାଗଜ ହକର ଭାବେ କାମ କରି ପରିବାର ଚଳାନ୍ତି । ଆଜି ଉଭୟଙ୍କ ମୃତଦେହ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ତେବେ କେଉଁ ପରିସ୍ଥିତିରେ କାହିଁକି ଦମ୍ପତିଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ । ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇନାହିଁ ତ ! ଲିଙ୍ଗରାଜ ଥାନା ପୋଲିସ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁ କାରଣର ଛାନଭିନ ଚଳାଇଛି ।

Leave A Reply

Your email address will not be published.