ଶ୍ରୀଲିଙ୍ଗରାଜଙ୍କ ଐତିହ୍ୟ ପ୍ରକଳ୍ପ ଉଚ୍ଛେଦ ଆରମ୍ଭ

0 84

ଭୁବନେଶ୍ୱର : ଶୁକ୍ରବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିଏମ୍ସି କର୍ତ୍ତୃପକ୍ଷ ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରାୟ ଅେଇ ମାସ ପରେ ବିଏମ୍ସି କର୍ତ୍ତୃପକ୍ଷ ଆଜି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବୁଲି ଦେଖିଛନ୍ତି । ଯେଉଁମାନେ ପ୍ରଶାସନକୁ ଜମି ହସ୍ତାନ୍ତର କରିଛନ୍ତି ଓ କ୍ଷତିପୂରଣ ପାଇସାରିଛନ୍ତି ସେମାନଙ୍କୁ ତୁରନ୍ତ ଘର ଖାଲି କରିବାକୁ କୁହାଯାଇଛି । ଗତକାଲି ବିଏମ୍ସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିସନର କମଲଜିତ ଦାସଙ୍କ ସମେତ ବିଏମ୍ସିର ଇିନିୟରିଂ ଓ ଜମି ବିଭାଗର ଅଧିକାରୀମାନେ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ । ଏହାସହ ଯେଉଁ ୬୨ଜଣ ଜମି ହସ୍ତାନ୍ତର କରିଛନ୍ତି ସେଗୁଡ଼ିକୁ କିପରି ଉଚ୍ଛେଦ ହେବ, କେଉଁଠି ଆଗ କାମ ଆରମ୍ଭ ହେବ, ବାକି କାମ କିପରି ତୁରନ୍ତ ଶେଷ ହେବ ସେନେଇ ଆଲୋଚନା କରିଥିଲେ । ଏହାସହ ଆସନ୍ତାକାଲି ଠାରୁ ବିଏମ୍ସି କର୍ତ୍ତୃପକ୍ଷ ଆଉ ୪୨ଜଣଙ୍କ ଠାରୁ କିପରି ଯଥା ସମ୍ଭବ ଶୀଘ୍ର ଜମି ଅଧିଗ୍ରହଣ ହେବ ସେନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଅଗଷ୍ଟ ମାସ ସୁଦ୍ଧା ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.