ରୋଗୀଙ୍କ ମୃତ୍ୟୁ ପରେ କରୋନା ପଜିଟିଭ ଚିହ୍ନଟ ଘଟଣା , କ୍ୱାରେଣ୍ଟାଇନରେ ଏସସିବିରେ ୩ ଡାକ୍ତର, ୪ ନର୍ସ

0 70

କଟକ : ରୋଗୀଙ୍କ ମୃତ୍ୟୁ ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ଘଟଣାକୁ ନେଇ ଏବେ ଏସ୍ସିବିରେ ତନାଘନା ଆରମ୍ଭ ହୋଇଛି । ରୋଗୀଜଣକ ପ୍ରଥମେ ରକ୍ତରୋଗ (ହେମାଟୋଲୋଜି) ବିଭାଗରେ ଆଡମିସନ୍ ନେଇଥିବାରୁ ଏହି ବିଭାଗର ୩ଜଣ ଡାକ୍ତର ଓ ୪ ଜଣ ନର୍ସ କ୍ୱାରେଣ୍ଟାଇନରେ ଅଛନ୍ତି । ଅନ୍ୟପକ୍ଷରେ ଯାଞ୍ଚ ପରେ ଜଣାପଡ଼ିଛି, ସଂପୃକ୍ତ ରୋଗୀ ହେମାଟୋଲୋଜି ସମେତ ମେଡିସିନ୍ ଓ ପଲ୍ୟୁମ୍ନାରୀ ମେଡିସିନ ବିଭାଗ ମଧ୍ୟ ବୁଲିଛନ୍ତି । ତେଣୁ ଆଉ କିଛି ଡାକ୍ତର ଓ ନର୍ସ କ୍ୱାରେଣ୍ଟାଇନରେ ଯିବେ ବୋଲି କୁହାଯାଉଛି । ମୃତ ରୋଗୀଜଣକ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଏସ୍ସିବି ପକ୍ଷରୁ ମୃତକଙ୍କ ପୁଅଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଛି ।
ଇର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ରୋଗୀ ଜଣକ ଏସ୍ସିବିର ହେମାଟୋଲୋଜି, ମେଡିସିନ୍ ଓ ପଲ୍ୟୁମ୍ନାରୀ ମେଡିସିନ୍ ବିଭାଗକୁ ଯାଇଥିଲେ । ସଂପୃକ୍ତ ରୋଗୀ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ହେମାଟୋଲୋଜି ବିଭାଗ ପୁରୁଷ ୱାର୍ଡରେ ଆଡମିଟ୍ ହୋଇ ଚିକିତ୍ସିତ ହୋଇଥିଲେ । ତେଣୁ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ହେମାଟୋଲୋଜି ବିଭାଗର ୩ଜଣ ଡାକ୍ତର ଓ ୪ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଥିବା ବେଳେ ସେମାନଙ୍କଠାରୁ ସ୍ୱାବ୍ ସଂଗ୍ରହ କରାଯାଇଛି । ତେବେ ରୋଗୀ ଯେଉଁ ୱାର୍ଡରେ ଭର୍ତ୍ତିିର୍ ହୋଇଥିଲେ ସେଠାରେ ଆଉ ୩୦ଜଣ ରୋଗୀ ଆଡମିସନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଡିସ·ର୍ଜ ହୋଇ ଘରକୁ ଫେରିଥିବା ବେଳେ ଆଉ କେତେଜଣ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଏବେ ଉକ୍ତ ରୋଗୀମାନଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ । କେବଳ ସେତିକି ନୁହେଁ, ସଂପୃକ୍ତ ରୋଗୀ ମେଡିକାଲ୍ ବାହାରକୁ ଯାଇ ନିଜର ରକ୍ତ ପରୀକ୍ଷା ମଧ୍ୟ କରାଇଥିଲେ । ତେଣୁ ସଂକ୍ରମଣ ବ୍ୟାପିଛି କି ନା ତାହା ଆକଳନ କରିବା ମୁସ୍କିଲ୍ ହୋଇଯାଇଛି । ଏହାକୁ ନେଇ ଗୁରୁବାର ଅପରାହ୍ନରେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ, ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ପଲ୍ୟୁମନାରୀ ମେଡିସିନ୍ ବିଭାଗ ମୁଖ୍ୟ ତଥା କରୋନା ନୋଡାଲ ଅଫିସର ଡାକ୍ତର ମନୋରନ ପଟ୍ଟନାୟକ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସି ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି । ଆବଶ୍ୟକସ୍ଥଳେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କ ସହିତ ହେମାଟୋଲୋଜି ବିଭାଗରେ କାର୍ଯ୍ୟରତ ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟ କର୍ମ·ରୀମାନଙ୍କର ସ୍ୱାବ୍ ପରୀକ୍ଷା କରାଯିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ବାଲେଶ୍ୱରର ୭୦ ବର୍ଷ ବୟସ୍କ ଜଣେ ରୋଗୀ ରକ୍ତ ରୋଗରେ ପୀଡ଼ିତ ହୋଇ ଏସ୍ସିବିକୁ ଆସିଥିଲେ । ଦୁଇ ଦିନ ହେମାଟୋଲୋଜି ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ତେବେ ତାଙ୍କ ଶରୀରରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ପଲ୍ୟୁମନାରୀ ମେଡିସିନ୍କୁ ରେଫର କରାଯାଇଥିଲା । ମାତ୍ର ସେ ଭୁଲରେ ମେଡିସିନ୍ ବିଭାଗକୁ ପଳାଇ ଯାଇଥିଲେ । ପରେ ପଲ୍ୟୁମନାରୀ ମେଡିସିନ୍ ବିଭାଗ ଆଉଟ୍ଡୋରକୁ ପଠାଯାଇଥିଲା । ସେଠାରେ ତାଙ୍କର ଏକ୍ସ-ରେ କରାଯାଇଥିଲା । ରକ୍ତହୀନତା ଥିବାରୁ ରକ୍ତ ନେବା ପାଇଁ ଡେ-କେୟାର ସେଣ୍ଟରକୁ ମଧ୍ୟ ପଠାଯାଇଥିଲା । ପରେ ସଂପୃକ୍ତ ରୋଗୀଙ୍କୁ ନେଇ ତାଙ୍କ ପୁଅ ଏସ୍ସିବିରୁ ପଳାଇ ଯାଇଥିଲେ । ସ୍ୱାବ ରିପୋର୍ଟ ପଜିଟିଭ୍ ଜଣାପଡିବା ପରେ ତାଙ୍କ ସଂପର୍କରେ ଖୋଳତାଡ଼ କରାଯାଇଥିଲା । ସେତେବେଳକୁ ସଂପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା । ଏହାକୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.