ଢେଙ୍କାନାଳରେ କରୋନା ପଜିଟିଭ ସଂଖ୍ୟା ୧୬ରେ ପହଁଚିଲା

0 61

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଆଉ ୯ଟି କରୋନା ପଜିଟିଭ ଆଜି ଚିହ୍ନଟ ହେବାପରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୬ରେ ପହଁଚିଲା । ଆଜି ଚିହ୍ନଟ ହୋଇଥିବା ୯ ଜଣ କରୋନା ପଜିଟିଭ ମଧ୍ୟରୁ ପରଜଙ୍ଗ ବ୍ଳକର ୮ଜଣ ଆକ୍ରାନ୍ତ ସୁରଟରୁ ଆସିଥିବା ବେଳେ କଙ୍କଡାହାଡ ବ୍ଳକର ଜଣେ ଆକ୍ରାନ୍ତ ମହାରାଷ୍ଟ୍ରରୁ ଆସିଥିବାର ସୂଚନା ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ପ୍ରଦାନ କରିଛନ୍ତି । ଏହି ୯ଜଣ ଆକ୍ରାନ୍ତ ବ୍ୟକ୍ତି ଟ୍ରେନ ଯୋଗେ ଗଞ୍ଜାମ ପର୍ଯ୍ୟନ୍ତ ଏବଂ ପରେ ବସ୍ ଯୋଗେ ଆସି ୧୭ ତାରିଖରେ ସଂଘରୋଧ କେନ୍ଦ୍ରରେ ରହିଥିଲେ । ପରଜଙ୍ଗ ବ୍ଲକର ୮ ଜଣ ଚିହ୍ନଟ ହୋଇଥିବା ବ୍ୟକ୍ତି ବସୁଳେଇ ସଂଘରୋଧ କେନ୍ଦ୍ରରେ ଥିବା ବେଳେ କଙ୍କଡାହାଡର ଚିହ୍ନଟ ବ୍ୟକ୍ତି ମହାବୀରରୋଡ ସଂଘରୋଧ କେନ୍ଦ୍ରରେ ରହିଥିଲେ । ସେମାନଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଏହି ୯ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ସେମାନଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି ପୂର୍ବରୁ ଜିଲ୍ଲାରେ ୭ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ୯ ଜଣଙ୍କୁ ମିଶାଇ କରୋନା ପଜିଟିଭ ସଂଖ୍ୟା ୧୬ରେ ପହଁଚିଛି । ଜଣେ ମହିଳା ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାଯାଇଛି ।

Leave A Reply

Your email address will not be published.