ଚୋରା ମଦ ଜବତ, ୨ଗିରଫ

0 79

ପାରଳାଖେମୁଣ୍ଡି, (ଡୁମାଣୀଖବର) : ଗଜପତି ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାଡର ଚଢାଉରେ ଚୋରା ଦେଶୀମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ, ପାଟିକୋଟା ଓ କ୍ଷେତଡା ଗ୍ରାମରେ ଅବକାରୀ ଉପ ନିରୀକ୍ଷକ ଚନ୍ଦ୍ରଶେଖର ପଡିହାରୀଙ୍କ ତତ୍ୱାବଧାନରେ ପାରଳା ଜାଗିଲି ସାହିର ଟି.ହିଟଲର ଏକ ବାଇକ ସହ ୨୦ଲିଟର ଦେଶୀମଦ ଜବତ କରାଯାଇଥିଲା । ସେହିପରି କ୍ଷେତଡା ଗ୍ରାମର ହରି ମିଶାଲଙ୍କ ଠାରୁ ୪୦ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । କ୍ଷେତଡା ଗ୍ରାମର ମଦ ଭାଟିରେ ଚଢାଉ କରାଯାଇ ୪୦୦କେଜି ମହୁଲ ପୋଚ ଓ ୬୦ଲିଟର ମଦ ସହିତ ୩ଗୋଟି ଅବକାରୀ ମାମଲା ରୁଜୁ କରାଯାଇ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍ର ଏ.ଏସ୍.ଆଇ. କିଶୋର ଚନ୍ଦ୍ର ରଥ, ମୁନି ଶବର, ଅଯଖା ଗମାଙ୍ଗ, ଭାଗୀରଥି ଜେନା, ଉଷାଦେବୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.