ମା’ଙ୍କ ହାତତିଆରି ପରାଟାର ମଜା ନେଉଛନ୍ତି ତମନ୍ନା

0 77

ସମଗ୍ର ଦେଶରେ ଲକ୍ଡାଉନ୍ ୫.୦ ଲାଗୁ ହେବାକୁ ଯାଉଛି । ଲକ୍ଡାଉନ୍ ଯୋଗୁଁ ସମସ୍ତ ଷ୍ଟାର ଘରେ ରହିଛନ୍ତି । ଷ୍ଟାରମାନେ ତାଙ୍କ ପ୍ରଶଂସକଙ୍କ ସହ ସମ୍ପର୍କରେ ରହିବା ପାଇଁ ସୋସିଆଲ୍ ମିଡିଆର ସାହାରା ନେଉଛନ୍ତି । ଇତିମଧ୍ୟରେ ଷ୍ଟାରମାନେ ବର୍ତ୍ତମାନ ଘରେ କିପରି ସମୟ ବିତାଉଛନ୍ତି ତାହାକୁ ସେମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ଦେଖାଯାଉଛି । ନିକଟରେ ତମନ୍ନା ଭାଟିଆ ଏଭଳି କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ପରାଟା କରୁଥିବା ପରିଲକ୍ଷିତ ହେଉଛି । ସେ ଏହାର କ୍ୟାପସନ୍ରେ ଲେଖିଛନ୍ତି କି ମମିଙ୍କ ହାତ ତିଆରି ପରାଟା ଖୁବ୍ ଆନନ୍ଦ ଦେଉଛି । ତମନ୍ନା ଜଙ୍କ୍ଫୁଡ୍ ଠାରୁ ସର୍ବଦା ନିଜକୁ ଦୂରେଇ ରଖିଥାନ୍ତି ଓ ନିଜର ଫିଟ୍ନେସ୍ ଉପରେ ଧ୍ୟାନ ଦେଇଥାନ୍ତି । ତମନ୍ନାଙ୍କ ଭଳି କରୀନା କପୁର ଖାନ୍, କଙ୍ଗନା ରଣାୱତ, କ୍ୟାଟ୍ରିନା କୈଫ୍ଙ୍କ ଭଳି ବଲିଉଡ୍ ତାରକାମାନେ ପ୍ରତ୍ୟେହ ଶାରୀରିକ ବ୍ୟାୟାମ୍ ଓ ଯୋଗାଭ୍ୟାସ୍ କରି ନିଜକୁ ଫିଟ୍ ରଖୁଥିବା ଜଣାଯାଇଛି ।

Leave A Reply

Your email address will not be published.