‘ମୋ ନାଁରେ ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କୁ ଅର୍ଥ ଦିଅନାହିଁ’

0 85

ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦଙ୍କୁ ବଦ୍ନାମ କରିବାକୁ ନେଇ କିଛି ବ୍ୟକ୍ତି ଚକ୍ରାନ୍ତ ଚଳାଇଥିବା ପରି ମନେହେଉଛି । ସୋନୁ ସୁଦ୍ଙ୍କ ନାମ ନେଇ କିଛି ବ୍ୟକ୍ତି ପ୍ରବାସୀ ଶ୍ରମିକଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଖବର ଆସୁଛି । ଏହା ଜାଣିବା ପରେ ସୋନୁ ସୁଦ୍ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି କି ପ୍ରବାସୀ ଶ୍ରମିକମାନେ କୌଣସି ପରିସ୍ଥିତିରେ କୌଣସି ବ୍ୟକ୍ତିକୁ ଅର୍ଥ ନଦିଅନ୍ତୁ । ଏଥିସହ ଏ ବିଷୟରେ ତୁରନ୍ତ ମୋତେ ଓ ନିକଟସ୍ଥ ପୋଲିସ ଅଫିସରଙ୍କୁ ରିପୋର୍ଟ କରନ୍ତୁ । ତାଙ୍କ ପକ୍ଷରୁ କରାଯାଉଥିବା ସହାୟତା ନିଃଶୁଳ୍କ ଓ ଏଥିପାଇଁ ଅର୍ଥ ଦେବାର କୌଣସି ଆବଶ୍ୟକତା ନାହିଁ । ସୂଚନାଥାଉକି ସୋନୁ ସୁଦ୍ଙ୍କୁ ଖବର ମିଳିଥିଲା କି କିଛି ବ୍ୟକ୍ତି ତାଙ୍କ ନାମ ନେଇ ଶ୍ରମିକଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି । ଏହା ଜାଣିବା ପରେ ସୋନୁ ଖୁବ୍ ଖପ୍ପା ଥିବା ପରି ଲାଗୁଛି । କାରଣ ଲକ୍ଡାଉନ୍ ସମୟରେ ସେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦିନରାତି କାମ କରୁଛନ୍ତି । ତାଙ୍କ ପକ୍ଷରୁ ତାଙ୍କ ସାମର୍ଥ୍ୟ ମୁତାବକ ଲୋକଙ୍କୁ ଖାଇବା ପିଇବା ଠାରୁ ଆରମ୍ଭ କରି ଘର ପହଞ୍ଚାଇବା ପର୍ଯ୍ୟନ୍ତ ଲଗାତାର ପ୍ରୟାସ କରାଯାଉଛି । କିନ୍ତୁ ଏପରି ସ୍ଥଳେ କିଛି ଖଳ ପ୍ରବୃତ୍ତିର ବ୍ୟକ୍ତି ତାଙ୍କର ଏ ପ୍ରକାର ସହ୍ୟ କରିପାରୁନାହାନ୍ତି ଓ ତାଙ୍କ ନାମରେ ଚାନ୍ଦା ଆଦାୟ କରି ତାଙ୍କୁ ବଦ୍ନାମ କରିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.