ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ବିଶ୍ୱର ସବୁଠୁ ବଡ଼ ସଂକଟ ଭାବେ ଉଭା ହୋଇଛି : ମୋଦି

0 74

ନୂଆଦିଲ୍ଲୀ : ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ବିଶ୍ୱର ସବୁଠୁ ବଡ଼ ସଂକଟ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କରୋନା ଭାଇରସ୍ ଅଦୃଶ୍ୟ ଶତ୍ରୁ ଭାବେ ବର୍ତ୍ତମାନ ସମୟରେ ଉଭା ହୋଇଛି । ତଥାପି ବି ଏହା ବିରୋଧରେ ଆମର ସଂଗ୍ରାମ ଜାରି ରହିଛି ଓ ଶେଷରେ ବିଜୟୀ ହେବୁ ବୋଲି ସେ କହିଛନ୍ତି । କର୍ଣ୍ଣାଟକର ରାଜୀବ ଗାନ୍ଧି ୟୁନିଭରସିଟି ଅଫ୍ ହେଲ୍ଥ ସାଇନ୍ସର ୨୫ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଯୋଗେ ଉଦ୍ବୋଧନ ଦେଇ ଏହା କହିଛନ୍ତି । କରୋନା ବିରୁଦ୍ଧରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ଯଦି କରୋନା ଦେଖାଦେଇନଥାନ୍ତା ତେବେ ହୁଏତ ଏହି ସମାରୋହ ଖୁବ୍ ଧୂମ୍ଧାମ୍ରେ ପାଳନ କରାଯାଇଥାନ୍ତା ଓ ଆପଣମାନଙ୍କ ସହ ମୁଁ ବି ଉପସ୍ଥିତ ରହିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି କି କୌଣସି ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ପରିବର୍ତ୍ତନ ଆସିଥାଏ । ସେହିପରି ଏହି ବୈଶ୍ୱିକ ମହାମାରୀ ପରେ ବିଶ୍ୱରେ ନିଶ୍ଚିତ ପରିବର୍ତ୍ତନ ଆସିବ । ଡାକ୍ତର, ନର୍ସ ଓ ବୈଜ୍ଞାନିକମାନେ ସକାରାତ୍ମକ ଦିଗରେ ଏ ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଏ ଦିଗରେ ଯଥେଷ୍ଟ ସହାୟତା କରୁଛି । ଆୟୁଷ୍ମାନ ଭାରତ ଯାହାକି ସାରା ବିଶ୍ୱର ସବୁଠୁ ବଡ଼ ସ୍କାସ୍ଥ୍ୟ ସ୍କିମ୍ ଭାବେ ଉଭା ହୋଇଛି ତାହା ବି ବେଶ୍ ପଳପ୍ରଦ ସାବ୍ୟସ୍ତ ହେଉଛି । ଯୋଗ ବର୍ତ୍ତମାନ ସମୟରେ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ମୋଦି ଉଦ୍ବୋଧନ ଦେଉଛନ୍ତି ।

Leave A Reply

Your email address will not be published.