୩ ଆତଙ୍କୀଙ୍କୁ ନିହତ କଲା ଭାରତୀୟ ସେନା

0 78

ଜାମ୍ମୁ : ଭାରତୀୟ ସେନା ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଉପରେ ପଣ୍ଡ କରିଦେଇଛି । ଭାରତୀୟ ସେନା ଏହି ଅବସରରେ ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଛି । ପାକିସ୍ତାନ ଆର୍ମି ଏହିସବୁ ଆତଙ୍କବାଦୀଙ୍କୁ ଭାରତ ପଠାଇବା ଯୋଜନାରେ ଥିବା ଭାରତୀୟ ସେନା ସୂଚନା ଦେଇଛି । ଗତ କିଛିଦିନ ହେବ ପାକିସ୍ତାନ ସେନା ଭାରତୀୟ ସୀମାରେ ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଅନବରତ ଚେଷ୍ଟା କରିଆସୁଛନ୍ତି । ଏଥିପାଇଁ ପାକିସ୍ତାନୀ ସେନା ନୌସେରା, ପୁଞ୍ଛ ଓ ହିରାନଗର ସମତେ ଅନ୍ୟାନ୍ୟ ସେକ୍ଟରରେ ଲଗାତାର ଗୁଳିବର୍ଷଣ କରିଚାଲିଛନ୍ତି । ଗତକାଲି ରାତିରେ ମେଁଢ଼ର ଓ ନୌସେରା ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା । ପାକିସ୍ତାନର ଏହି ଗୁଳିବର୍ଷଣ ଯୋଗୁଁ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ଅଧିକ କ୍ଷତି ହୋଇଛି । ତେବେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ କେତେଜଣ ଆତଙ୍କବାଦୀ ମରିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ଏହାର ସଂଖ୍ୟା ୩ରୁ ଅଧିକ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.