ମୋହିନା କୁମାରୀ କରୋନା ସଂକ୍ରମିତ

0 69

‘ୟେ ରିସ୍ତା କ୍ୟା କହଲାତେ ହୈ’ର ଫେମ୍ ମୋହିନା କୁମାରୀ ସିଂ ଓ ତାଙ୍କ ପରିବାରବର୍ଗଙ୍କୁ କରୋନା ସଂକ୍ରମିତ ଜଣାପଡ଼ିବା ପରେ ଅଭିନେତ୍ରୀ ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ପ୍ରଶଂସକଙ୍କ ଭଲପାଇବା ଓ ତାଙ୍କ ସୁସ୍ଥତା ନେଇ ପ୍ରାର୍ଥନା କରିବାକୁ ଅଭିନେତ୍ରୀଜଣକ ଧନ୍ୟବାଦ ଜଣାଇଛନ୍ତି । ମୋହିନା କୁମାରୀ ଲେଖିଛନ୍ତି କି ବର୍ତ୍ତମାନ ଆମ ପରିବାର ପାଇଁ ମୁସ୍କିଲ୍ର ସମୟ । ମୁଁ ଠିକ୍ ସେ ଶୋଇପାରୁ ନାହିଁ । ଆମେ ପ୍ରାର୍ଥନା କରୁଛି କି ସବୁକିଛି ଖୁବ୍ଶୀଘ୍ର ଠିକ୍ ହୋଇଯାଉ । ଆମ ପାଖରେ ସେ ଅଧିକାର ନାହିଁ କି ଆମେ ଯେକୌଣସି କଥାକୁ ନେଇ ଅଭିଯୋଗ କରିପାରିବୁ । କାରଣ ବାହାରେ ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ କି ଆମଠାରୁ ଅଧିକ ମୁସ୍କିଲ୍ର ସାମ୍ନା କରୁଛନ୍ତି । ବର୍ତ୍ତମାନ ମୋହିନା ଓ ତାଙ୍କର ସଂପୂର୍ଣ୍ଣ ପରିବାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.