ରାଜ କପୁରଙ୍କର ୩ଟି ଦୁର୍ବଳତା ଥିଲା

0 82

ମୁମ୍ବାଇ : ବଲିଉଡ୍ର ମହାନାୟକ ରାଜ କପୁରଙ୍କ ଆଜି ଜନ୍ମଦିନ । ୧୯୮୮ ଜୁନ୍ ୨ରେ ସେ ୬୩ ବର୍ଷ ବୟସରେ ସେ ନୂଆଦିଲ୍ଲୀଠାରେ ଦେହତ୍ୟାଗ କରିଥିଲେ । ୧୯୨୪ ଡିସେମ୍ବର ୧୪ରେ ପେଶାୱାରରେ ତାଙ୍କ ଜନ୍ମ ହୋଇଥିଲା । ମାତ୍ର ୧୦ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ । ନିଜର ଫିଲ୍ମ ଯାତ୍ରା ୨୪ ବର୍ଷ ବୟସରେ ସେ ନିର୍ଦ୍ଦେଶକ ଭାବେ ‘ଆଗ୍’ ଫିଲ୍ମ ନିର୍ମାଣ କରିଥିଲେ । ତାଙ୍କ ଜୀବନର ୩ଟି ଦୁର୍ବଳତା ଥିଲା । ଏ ସମ୍ପର୍କରେ ଋଷି କପୁର ନିଜ ଆତ୍ମଜୀବନୀ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି । ସେଥିମଧ୍ୟରେ ପ୍ରଥମ ଦୁର୍ବଳତା ଅଭିନେତ୍ରୀ ନର୍ଗିସ୍ ଥିବାବେଳେ ଦ୍ୱିତୀୟ ଦୁର୍ବଳତା ସିନେମା ଏବଂ ତୃତୀୟ ଦୁର୍ବଳତା ଥିଲା ମଦ୍ୟପାନ । ନର୍ଗିସ୍ଙ୍କୁ ରାଜକପୁର ଭଲ ପାଉଥିଲେ । ଏହି ଯୋଡ଼ି ୯ ବର୍ଷ ମଧ୍ୟରେ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ । ଆର୍କେ ଷ୍ଟୁଡିଓ ଲୋଗୋରେ ରାଜକପୁର ନର୍ଗିସ୍ଙ୍କୁ ସଂଯୁକ୍ତ କରାଯାଇଥିଲା । ତେଣୁ ତାଙ୍କୁ ଇନ୍ ଡାଇସ୍ ହିରୋଇନ୍ କୁହାଯାଉଥଲା । ୧୯୫୬ରେ ରିଲିଜ୍ ହୋଇଥିବା ଫିଲ୍ମ ଚୋରି ଚୋରି ରାଜକପୁର ଏବଂ ନର୍ଗିସ୍ ଯୋଡ଼ିଙ୍କର ଶେଷ ଫିଲ୍ମ ଥିଲା । ନର୍ଗିସ୍ଙ୍କ ବିବାହ ଖବର ଶୁଣି ରାଜକପୁର ସାଙ୍ଗମାନଙ୍କ ଆଗରେ ଜୋର୍ରେ କାନ୍ଦିବା ସହିତ ଏହା ସ୍ୱପ୍ନକି ସତ ଜାଣିବା ପାଇଁ ନିଜ ଦେହରେ ସିଗାରେଟ୍ ଚେଙ୍କ ଦେଇଥିଲେ । ୧୯୭୧ ମସିହାରେ ତାଙ୍କୁ ପଦ୍ମଭୂଷଣ ଓ ୧୯୮୭ରେ ତାଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.