ଭୁବନେଶ୍ୱରରେ କେଏଫ୍ଏସିର ଡେଲିଭରି ବ୍ୟବସ୍ଥା

0 80

ଭୁବନେଶ୍ୱର: କେଏଫସି ପକ୍ଷରୁ ‘କେଏଫ୍ସି ଟୁ ୟୋର୍ କାର୍ ଅର୍ ବାଇକ’୍ ବା ଗ୍ରାହକ ମାନଙ୍କ କାର୍ କିମ୍ବା ବାଇକ୍ ନିକଟରେ କେଏଫ୍ସିର ଡେଲିଭରି ସୁବିଧା ଆରମ୍ଭ କରିବାକୁ ଯାଉଛି । କଂଟାକ୍ଟଲେସ୍ ଟେକ୍ଆୱେର ଏକ ସମ୍ପ୍ରସାରଣ ‘କେଏଫ୍ସି ଟୁ ୟୋର୍ କାର୍ ଅର୍ ବାଇକ୍’ ହେଉଛି ଗ୍ରାହକଙ୍କ ଗାଡିକୁ ଖାଦ୍ୟ ଡେଲିଭରି କରାଯାଉଥିବା ଭାରତର ପ୍ରଥମ ଏଭଳି ସେବା । ଗ୍ରାହକମାନେ କେଏଫ୍ସି ଆପ୍, ୱେବ୍ସାଇଟ୍ କିମ୍ବା ଏମ୍ସାଇଟ୍ରେ ଏକ ପ୍ରିପେଡ୍ ଅର୍ଡର ପ୍ଲେସ୍ କରିପାରିବେ ଓ କେଏଫ୍ସି ରେଷ୍ଟୁରାଂଟ୍ ନିକଟସ୍ଥ ନିର୍ଦ୍ଧାରିତ ସ୍ଥାନରେ ପହଂଚିବେ, ଯେଉଁଠାରେ ସେମାନଙ୍କୁ ତାଙ୍କ ଅର୍ଡର୍ ଡେଲିଭରି କରାଯିବ । ଏହି ନୂତନ ସେବା ଭୁବନେଶ୍ୱର, ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁନେ, ଚେନ୍ନାଇ ଓ ଅନ୍ୟ କେତେକ ପ୍ରମୁଖ ସହରରେ ଥିବା ନିର୍ଦ୍ଧିଷ୍ଟ କେଏଫ୍ସି ରେଷ୍ଟୁରାଂଟ୍ ଗୁଡିକରେ ଶୁଭାରମ୍ଭ ହେବାକୁ ଯାଉଛି । ଏହି ନୂତନ ଅଭିଯାନ ସମ୍ପର୍କରେ ମତ ରଖି କେଏଫ୍ସି ଇଣ୍ଡିଆର ମୁଖ୍ୟ ବାଣିଜ୍ୟିକ ଅଧିକାରୀ, ମୋକ୍ସ ଚୋପ୍ରା କହିଛ”ିଯେ, କେଏଫ୍ସିରେ ପହଂଚିବା ଲାଗି ଡେଲିଭରି ସବୁଠାରୁ ସହଜ ମାର୍ଗ ହୋଇଥିବା ବେଳେ, ‘କେଏଫ୍ସି ଟୁ ୟୋର୍ କାର୍ ଅର୍ ବାଇକ’୍ ସହିତ ଆବଶ୍ୟକ କାର୍ଯ୍ୟ ତଥା ଯାତ୍ରା ପାଇଁ ଘରୁ ବାହାରେ ଥିବା ଲୋକ ଓ କାମ ସାରି ଘରକୁ ଫେରୁଥିବା ଲୋକମାନଙ୍କ ପାଇଁ ସୁରକ୍ଷିତ ଓ ସହଜ ପହଂଚ ଉପଲବ୍ଧ କରାଇବା ଆମର ଲକ୍ଷ୍ୟ । ଏହାସହିତ ଆମର ସାନିଟାଇଜେସନ, ସାମାଜିକ ଦୂରତା, ତାପମାତ୍ରାର ସ୍କ୍ରିନିଙ୍ଗ୍ ଓ କଂଟାକ୍ଟଲେସ୍ ସର୍ଭିସ୍ ଆଦିର ୪ଗୁଣ ସୁରକ୍ଷା ପ୍ରତିଶ୍ରୁତି ରହିଛି । କେଏଫ୍ସି ଆପ୍ ଓ ଡିଜିଟାଲ ପେେଂଟ୍ଗୁଡିକ ମାଧ୍ୟମରେ ଏହି ସେବା ଅଧିକ ସହଜ, ତକ୍ରାଳ ଓ ସମ୍ପୂର୍ଣ୍ଣ ରୂପେ କଂଟାକ୍ଟଲେସ୍ ହୋଇଛି ।” ତେଣୁ ଗ୍ରାହକମାନଙ୍କୁ କେଏଫ୍ସି ଆପ୍, ୱେବ୍ସାଇଟ୍ କିମ୍ବା ଏମ୍ସାଇଟ୍ରେ ଟେକ୍ଆୱେ ଅଧୀନରେ ଏକ ପ୍ରିପେଡ୍ ଅର୍ଡର ପ୍ଲେସ୍ କର”ୁ ଏବଂ ଚେକ୍ଆଉଟ୍ ସମୟରେ ‘କେଏଫ୍ସି ଟୁ ୟୋର୍ କାର୍ ଅର୍ ବାଇକ’ ବିକଳ୍ପ ଚୟନ କରିବାକୁ ପଡ଼ିବ । ଡେଲିଭରିର ଉପଯୁକ୍ତ ସମୟ, ଗାଡି ନମ୍ବର ଆଦିର ତଥ୍ୟ ପୂରଣ କରି ରେଷ୍ଟୁରାଂଟ୍ ମ୍ୟାନେଜରଙ୍କଠାରୁ ଅର୍ଡର, ରେଷ୍ଟୁରାଂଟ ଠିକଣା, ପିକ୍-ଅପ୍ ଟାଇମ୍ ଓ ସ୍ଥାନ ନିଶ୍ଚିତ କରିବା ପାଇଁ ଏକ କଲ୍ ରିସିଭ୍ କରିପାରିବେ । ଗ୍ରାହକ ମାନଙ୍କ ଅର୍ଡର ନିର୍ଦ୍ଧାରିତ ସମୟରେ ରେଡ୍ଡି ହୋଇଯିବାପରେ ରେଷ୍ଟୁରାଂଟ୍ ମ୍ୟାନେଜର ଆପଣଙ୍କୁ ପୁଣିଥରେ ଫୋନ୍କରି ଗ୍ରାହକମାନେ ନିର୍ଦ୍ଧାରିତ ସ୍ଥାନରେ ପହଂଚିଛ”ି କି ନାହିଁ ନିଶ୍ଚିତ କରିପାରିବେ ଏବଂ ଏହାପରେ ଅର୍ଡର ଡିସ୍ପାଚ୍ ହୋଇଯିବ । ନିର୍ଦ୍ଧାରିତ ସ୍ଥାନରେ ପହଂଚିବା ପରେ ଜଣେ କେଏଫ୍ସି ଟିମ୍ ସଦସ୍ୟ ଉକ୍ତ ସ୍ଥାନରେ ପହଂଚି କାର୍ ହୁଡ୍ କିମ୍ବା ବାଇକ୍ର ପଛ ସିଟ୍ ଉପରେ ଆପଣଙ୍କ ଅର୍ଡର୍ ରଖିଦେବେ । ଟିମ୍ ସଦସ୍ୟ ଚାଲିଯିବା ପରେ ଆପଣ ନିଜ ଅର୍ଡର ସଂଗ୍ରହ କରିପାରିବ । ଯାହାଫଳରେ ଅର୍ଡର୍ଟି ସମ୍ପୂର୍ଣ୍ଣ ରୂପେ ବାଧାହୀନ ଭାବେ ବିନା କୌଣସି କଂଟାକ୍ଟରେ ଡେଲିଭରି ହୋଇଯିବ । ଉପଲବ୍ଧ ଥିବା କଂଟାକ୍ଟଲେସ୍ ଟେକ୍ଆୱେର ଅନ୍ୟ ଏକ ବିକଳ୍ପ ହେଉଛି ସାମାଜିକ ଦୂରତା ନିୟମର ପାଳନ କରି ଧାଡିରେ ଠିଆ ହୋଇ ରେଷ୍ଟୁରାଂଟ୍ରେ ଏକ ସମର୍ପିତ କାଉଂଟର୍ରୁ ନିଜ ଅର୍ଡର୍କୁ ସଂଗ୍ରହ କରିବା ।

Leave A Reply

Your email address will not be published.